ରାୟଗଡା,ଏନ୍ଏନ୍ଏସ୍: ରାୟଗଡା ପୁଲିସକୁ ବଡ଼ ସଫଳତା ମିଳିଛି। ଇଂଷ୍ଟାକାର୍ଟ ଶାଖାରୁ ଚୋରି ଘଟଣାରେ ଜଣେ ଗିରଫ, ୭ ଲକ୍ଷ ସହ ଦୁଇଟି ବାଇକ ଜବତ ହୋଇଛି। ଗତ ୧୨ ତାରିଖ ରାତି ରାୟଗଡା ସହରର ଏଫସିଆଇ ଛକ ନିକଟରେ ଥିବା ଇଂଷ୍ଟାକାର୍ଟ ଅନଲାଇନ ସାମଗ୍ରୀ ପ୍ରଦାନ ଶାଖାରୁ କେହି ଦୁର୍ବୃତ୍ତ ଶାଖା ଅଫିସ ଗୋଦାମର ସଟର ଭାଙ୍ଗି ୧୨ ଲକ୍ଷ ଟଙ୍କା ଚୋରି କରିଥିଲେ। ଏ ସମ୍ପର୍କରେ ରାୟଗଡା ଥାନାରେ ଇଂଷ୍ଟାକାର୍ଟ ଶାଖାର ବରିଷ୍ଠ ଅପରେସନ୍ କାର୍ଯ୍ୟନିର୍ବାହୀ ପିକାଲା ଲକ୍ଷ୍ମୀ ନାରାୟଣ ଅଭିଯୋଗ କରିଥିଲେ।
ଅଭିଯୋଗ ପାଇ ରାୟଗଡା ଥାନା ଅତିତିକ୍ତ ଥାନା ଅଧିକାରିଣୀ ଏସଆଇ ଏସ.ଆର. ପତି ,ଏଏସଆଇ କେ.ସି. ବେହେରା ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଅଭିସିରାଓ ମାଣ୍ଡାଙ୍ଗିକୁ ରାୟଗଡ ସଦର ରୋଇତ କୋଲନିରୁ ଗିରଫ କରିଛି ପୁଲିସ। ଗିରଫ ସହ ୭ ଲକ୍ଷ ୭ ହଜାର ୫ ଶହ ଟଙ୍କା, ଚୋରି କାର୍ଯ୍ୟରେ ବ୍ୟବହୃତ କିଛି ଲୁହା ଛଡ଼ ଓ ଚୋରିରେ ବ୍ୟବହୃତ ଉପକରଣ, ଚୋରି ଟଙ୍କାରେ କିଣିଥିବା ଏକ ବୁଲେଟ ମୋଟର ସାଇକେଲ ସହ ବ୍ୟବହାର କରିଥିବା ହୋଣ୍ଡା ସାଇନ ମୋଟର ସାଇକେଲ ଓଡି-୧୮ଜେ-୬୯୫୯ ଜବତ କରିଥିବା ବେଳେ ଗିରଫ ଯୁବକ ଶେଷଖାଲ ଥାନା ଅନ୍ତର୍ଗତ ନନ୍ଦାବାଡି ଗ୍ରାମର ବୋଲି ରାୟଗଡା ଆରକ୍ଷୀ ଅଧୀକ୍ଷକ ବିବେକା ନନ୍ଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଡକାୟତିରେ ଅଭିସିରାଓ ମାଣ୍ଡାଙ୍ଗି ସହିତ ଆଉ କେହି ଅଛନ୍ତି ତାର ତଦନ୍ତ ଆରମ୍ଭ କରିଛି ପୁଲିସ।