କନ୍ଦଳ ନଦୀରୁ ବିରଳ ଶାଙ୍କୁଚ ଉଦ୍ଧାର

କଟକ,ଏନ୍ଏନ୍ଏସ୍: କଟକ ଜିଲ୍ଲା ନିଆଳୀ ବିଳାଶୁଣି କନ୍ଦଳ ନଦୀରେ ମତ୍ସ୍ୟଜୀବୀମାନେ ମାଛ ଧରୁଥିବା ବେଳେ ଏକ ବିରଳ ଶାଙ୍କୁଚ ଉଦ୍ଧାର ହୋଇଛି। ତେବେ ଶାଙ୍କୁଚଟିର ଓଜନ ପ୍ରାୟ ଦେଢ଼ କୁଇଣ୍ଟାଲ ହେବ ବୋଲି ଅନୁମାନ କରାଯାଉଛି। ମାଛ ମାରୁଥିବା ସମୟରେ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ବିରଳ ଶାଙ୍କୁଚ ପଡ଼ିଥିବା ଜଣାପଡ଼ିଛି। ଏହାକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ବେଶ ଭିଡ଼ ଜମିଛି। ବନବିଭାଗକୁ ଘଟଣା ବିଷୟରେ ଖବର ଦିଆଯାଇଛି।