ଇସଲାମାବାଦ,ଏଜେନ୍ସି: ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ନୂଆ ଟ୍ବିଷ୍ଟ ଆଣିଲେ ସୁପ୍ରିମକୋର୍ଟ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ବଡ ଝଟକା। ଇମ୍ରାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଉପବାଚସ୍ପତିଙ୍କ ଖାରଜ ନିଷ୍ପତ୍ତିକୁ ଅସାମ୍ବିଧାନିକ କହିବା ସହ ରଦ୍ଦ କରିଛନ୍ତି ସର୍ବୋଚ୍ଚ କୋର୍ଟ। ନିଷ୍ପତ୍ତି ରଦ୍ଦ ହେବା ସହ ପୁଣିି ଥରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବା ନେଇ ତାରିଖ ସ୍ଥିର କରାଯାଇଛି।
ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସମ୍ବିଧାନିକ ବ୍ୟବସ୍ଥାର ଅଧୀନ। ତେଣୁ ସେ ସଂସଦ ଭଙ୍ଗ କରିବା ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ ଦେଇପାରିବେ ନାହିଁ। ଅନାସ୍ଥା ଭୋଟିଂ ଖାରଜ ହେବା ସହ ସଂସଦ ଭଙ୍ଗ ହେବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଦର୍ଶାଇ ପୁଣି ଥରେ ଭୋଟିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ୯ ତାରିଖ ପୂର୍ବାହ୍ନ ୧୦ ଟାରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଭୋଟିଂ ପାଇଁ ସମୟ ମଧ୍ୟ ସ୍ଥିର କରାଯାଇଥିବା ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି।