ତରୁଣ ତେଜପାଲଙ୍କୁ ବଡ଼ ଆଶ୍ୱସ୍ତି

ଗୋଆ,ଏଜେନ୍ସି: ତେହେଲକା ମାଗାଜିନର ପୂର୍ବତନ ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ତରୁଣ ତେଜପାଲଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ୨୦୧୩ ମସିହାରେ ଯୌନ ଉତ୍ପୀଡ଼ନ ମାମଲା ଗୋଆ କୋର୍ଟ ତାଙ୍କୁ ନିର୍ଦ୍ଦେଶରେ ଖଲାସ କରିଛନ୍ତି।
୨୦୧୩ ମସିହାରେ ତରୁଣ ତେଜପାଲ ତାଙ୍କର ଜଣେ କନିଷ୍ଠ ସହଯୋଗୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଗୋଆର ଏକ ହୋଟେଲ ଲିଫ୍ଟରେ ମହିଳା ସହଯୋଗୀଙ୍କୁ ଯୌନ ଉତ୍ପୀଡନ କରିଥିବା ଅଭିଯୋଗ ଆସିଥିଲା।

ଅଭିଯୋଗକୁ ଆଧାର କରି ଗୋଆ ପୁଲିସ ତରୁଣଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲା। ୨୦୧୩ ନଭେମ୍ବରରେ ସେ ଗିରଫ ମଧ୍ୟ ହୋଇଥିଲେ। ପରେ ୨୦୧୪ରେ ତାଙ୍କୁ ଜାମିନ ମିଳିଥିଲା। ୨୦୧୭ ମସିହାରେ ଗୋଆ କୋର୍ଟରେ ମାମଲାରୁ ଶୁଣାଣି ଆରମ୍ଭ ହୋଇଥିଲା। କୋର୍ଟ ଦୀର୍ଘ ବର୍ଷ ଧରି ମାମଲାର ଶୁଣାଣି କରିବା ପରେ ଆଜି ରାୟ ପ୍ରକାଶ କରିଛନ୍ତି।

ସେପଟେ ଏହି ରାୟ ବିରୋଧରେ ଗୋଆ ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ କହିଛନ୍ତି।