ମହାରଷ୍ଟ୍ର ପୁଲିସକୁ ସଫଳତା, ୧୩ ନକ୍ସଲ ନିହତ

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରର ଗଡ଼ଚିଲୋରେ ମାଓବାଦୀଙ୍କୁ ଶକ୍ତ ଧକ୍କା ଲାଗିଛି। ପୁଲିସର ସ୍ୱତନ୍ତ୍ର ଅପରେସନରେ ୧୩ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ର ପୁଲିସର ସ୍ପେଶାଲ କମାଣ୍ଡୋ ଫୋର୍ସ ସି-୬୦ ଆଜି ଭୋରରେ ଗଡଚିରୋଲି ଜିଲ୍ଲାର କୋଟମି ଜଙ୍ଗଲରେ ଲାଲବାହିନୀର ବୈଠକ ଚାଲିଥିବାର ଖବରପାଇ ଚଢ଼ଉ କରିଥିଲା। ଏହି ସମୟରେ ଉଭୟ ପକ୍ଷରେ ଗୁଳିବିନିମୟ ହୋଇଥିଲା।

ଏଥିରେ ୧୩ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଅପରେସନ ବେଳେ ଏକେ-୪୭ ରାଇଫଲ୍, ଏସଏଲଆର, କାର୍ବାଇନ, ଥ୍ରୀ ନଟ୍ ଥ୍ରୀ ବନ୍ଧୁକ ସହିତ ବିପୁଳ ପରିମାଣର ଅସ୍ତ୍ର ଓ ଗୁଳିଗୋଳା ମଧ୍ୟ ଜବତ କରାଯାଇଛି।