ବଡଧରଣର ଅଗ୍ନିକାଣ୍ଡ: ଜଳିଗଲେ ଗୋଟେ ପରିବାରର ୪ ସଦସ୍ୟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ବେଳେ ହରିଓଁ ବିହାରର ଏକ ଘରେ ନିଆଁ ଲାଗିଯିବାରୁ ପରିବାରର ୪ ଜଣ ସଦସ୍ୟ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ରାଉରକେଲା ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇପାରିନଥିବା ବେଳେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାନୁସାରେ, ଗତକାଲି ଗୁରମିତ ସିଂହଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଥିଲା। ଶ୍ରାଦ୍ଧ ସରିବା ପରେ ପରିବାର ସମସ୍ତ ସଦସ୍ୟ ଶୋଇବାକୁ ଯାଇଥିଲେ। ଏହି ସମୟରେ ସ୍ୱଗର୍ତ ଗୁରମିତ ସିଂହ ଙ୍କର ସ୍ତ୍ରୀ ବଲଜିତ କୌର(୬୧), ତାଙ୍କ ଝିଅ ମଞ୍ଜିତ କୌର(୩୬), ନାତୁଣୀ ଇସ୍ମିତ କୌର(୭) ଏବଂ ପୁଅ ରାଜେନ୍ଦ୍ର ସିଂହ(୩୨) ପୋଡ଼ି ହୋଇଯାଇଥିଲେ। ଏଥିରେ ଜଣଙ୍କ ଶରୀରର ୪୦ ପ୍ରତିଶତ ପୋଡ଼ି ହୋଇଯାଇଥିବା ବେଳେ ଅନ୍ୟ ୩ ଜଣଙ୍କ ଶରୀର ୨୦ରୁ ୩୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ସେମାନଙ୍କ ଅବସ୍ଥା ଠିକ ଥିବା ଜଣାପଡିଛି।