ସବୁଠୁ ବଡ଼ ମାମଲା ସବୁଠୁ ବଡ଼ ରାୟ: ବିବାଦୀୟ ଭୂମିରେ ନିର୍ମାଣ ହେବ ରାମମନ୍ଦିର


– ୫ ଜଣିଆ ଖଣ୍ଡପୀଠରେ ଚାଲିଥିଲା ଅଧ ଘଣ୍ଟାର ଶୁଣାଣି
– ନିର୍ମୋହୀ ଆଖଡ଼ା, ସୁନି ୱାକଅପ୍ ବୋର୍ଡର ଆବେଦନ ଖାରଜ
– ହିନ୍ଦୁ ଷ୍ଟ୍ରକ୍ଚର ଉପରେ ହୋଇଥିଲା ବାବ୍ରୀ ମସ୍ଜିଦ ନିର୍ମାଣ
– ୧୨ଶହରୁ ୧୬ ଶହ ଶତାବ୍ଦୀ ମଧ୍ୟରେ ଚିତ୍ର ଅସ୍ପଷ୍ଟ
– ମନ୍ଦିର ପାଇଁ ୩ ମାସ ଭିତରେ ହେବ ଟ୍ରଷ୍ଟ ଗଠନ
– ଅଦାଲତଙ୍କ ରାୟକୁ ସ୍ୱାଗତ କଲା ସୁନ୍ନି ୱାକ୍ଫ୍ ବୋର୍ଡ

ବହୁ ବର୍ଷର ବିବାଦୀୟ ପ୍ରସଙ୍ଗ ରାମଜନ୍ମ-ବାବ୍ରି ମସଜିଦ୍ ର ଶନିବାର ସୁପ୍ରିମକୋର୍ଟରେ ଐତିହାସିକ ରାୟ ପ୍ରକାଶ ପାଇଛି। ଏହା ହିନ୍ଦୁ ନକ୍ସା ଓ ଏଠାରେ ରାମ ମନ୍ଦିର ନିର୍ମାଣ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେହିଠାରେ ହିଁ ହୋଇଥିଲା ରାମଙ୍କ ଜନ୍ମ ବୋଲି ସିଜେଆଇ ସ୍ପଷ୍ଟ କରିଛନ୍ତି। ଏହାସହ ୫୦୦ ବର୍ଷ ତଳର ବିବାଦ ଓ ୭୦ ବର୍ଷ ଧରି ଅଦାଲତରେ ଥିବା ବିବାଦକୁ ସମାଧାନ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ ଶାରଦା ଅରବିନ୍ଦ ବୋବଡେ, ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଅଶୋକ ଭୂଷଣ, ଏବଂ ଜଷ୍ଟସ ଅବଦୁଲ ନଜିର ଐତିହାସିକ ରାୟ ଶୁଣାଣି କରିଛନ୍ତି।

ଶନିବାର ୧୦.୩୦ରେ ସୁପ୍ରିମକୋର୍ଟରେ ଏନେଇ ଶୁଣାଣି ଆରମ୍ଭ ହୋଇଥିଲା। ୫ଜଣିଆ ଖଣ୍ଡପୀଠରେ ସୁପ୍ରିମକୋର୍ଟରେ ପ୍ରାୟ ଅଧଘଣ୍ଟାର ଶୁଣାଣି ଚାଲିଥିଲା। ୫ଜଣ ବିଚାରପତିଙ୍କ ମତ ଗୋଟିଏ ପକ୍ଷ(୫-୦)ରେ ଆସିଛି ବୋଲି ସିଜେଆଇ କହିଥିଲେ। ଏହି ସ୍ଥାନ କୌଣସି ଧର୍ମ କିମ୍ବା ବିଶ୍ୱାସକୁ ରଖି ନିଷ୍ପତ୍ତି ନିଆଯାଇନାହିଁ, କେବଳ ସଠିକ ତଥ୍ୟ, ପ୍ରମାଣ ଆଧାରରେ ରାୟ ଦିଆଯାଇଛି ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗୋଇ କହିଛନ୍ତି।

ରାୟ ଶୁଣାଣିରେ କହିଛନ୍ତି ଯେ ବ୍ରାବି ମସଜିଦ୍ ଯେଉଁଠି ନିର୍ମାଣ ହୋଇଛି, ତାହା ହିନ୍ଦୁ ଷ୍ଟ୍ରକ୍ଚରକୁ ଭଙ୍ଗାଯାଇ ତାହା କରାଯାଇଛି। ହିନ୍ଦୁ ଷ୍ଟ୍ରକଟର ଉପରେ ହିଁ ବାବ୍ରି ମସଜିଦ ନିର୍ମାଣ କରାଯାଇଛି।
ବାବ୍ରି ମସଜିଦ୍ ଉପରେ ଏଏସଆଇର କୌଣସି ମତ ସ୍ପଷ୍ଟ ନାହିଁ । ବାବ୍ରି ମସଜିଦ୍ ତଳେ ମୁସଲିମ ଧର୍ମର କୌଣସି ଷ୍ଟକଚର ନଥିବାର ଏଏସଆଇ ସ୍ପଷ୍ଟ କରିଥିବା ସିଜେଆଇ କହିଛନ୍ତି।

୧୨ଶହରୁ ୧୬ଶହ ଶତାବ୍ଦୀ ମଧ୍ୟରେ ନିର୍ମାଣ ହୋଇଥିବା ବାବ୍ରି ମସଜିଦ ପୂର୍ବରୁ ସେଠାରେ କ’ଣ ଥଲା ତାହା ଆର୍କୋଲୋଜିକାଲ ବିଭାଗ(ଏଏସଆଇ) ପକ୍ଷରୁ କୌଣସି ତଥ୍ୟ ନାହିଁ ।
ବ୍ରିଟିଶମାନେ ଆସିବା ପୂର୍ବରୁ ସେଠାରେ ରାମ ଚବୁତରା ଓ ସୀତା ରଷୋଇ ହିନ୍ଦୁ ମାନଙ୍କ ଦ୍ୱାରା ପୂଜା କରାଯାଉଥିଲା ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେଠାରେ କୌଣସି ମସଜିଦ୍ ଥିବା ଠୋସ୍ ପ୍ରମାଣ ନାହିଁ। ସେହିଠାରେ ହିଁ ହୋଇଥିଲା ରାମଙ୍କ ଜନ୍ମ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମସଜିଦ ନିର୍ମାଣ ପାଇଁ ଅନ୍ୟତ୍ର ୫ ଏକର ଜମି ଦିଆଯାଉ। ତୁରନ୍ତ ରାମ ମନ୍ଦିର ପାଇଁ ସମସ୍ତ ୨.୭୭ ଏକର ଜମିକୁ ହିନ୍ଦୁ ପକ୍ଷଙ୍କୁ ଦିଆଯାଉ ବୋଲି ସିଜେଆଇ କହିଛନ୍ତି। ୩ ମାସ ମଧ୍ୟରେ ରାମ ମନ୍ଦିର ନିର୍ମାଣ ପାଇଁ କମିଟି ଗଠନ କରାଯାଉ। ଏହା ହିନ୍ଦୁ ନକ୍ସା ଓ ଏଠାରେ ରାମ ମନ୍ଦିର ନିର୍ମାଣ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ଆଜି ଯେଉଁ ରାୟ ପ୍ରକାଶ କରିଛନ୍ତି ତାହା ଐତିହାସିକ ରାୟ। ଏହା ଅତୀତ ଓ ଇତିହାସର ଏକ ଚିହ୍ନ। ଏହାହିଁ ଆମକୁ ସ୍ୱୀକାର କରିବାକୁ ପଡିବ। ଏହାଦ୍ୱାରା ସର୍ବ ଧର୍ମ ଓ ଭାବନା ଏବଂ ସାମାଜିକ ସ୍ତର ଆହୁରି ମଜଭୁତ ହେବ। ଦେଶବାସୀ ଶାନ୍ତି ଓ ଏକତା ବଜାୟ ରଖିବାକୁ ମୁଁ ନିବେଦନ କରୁଛି।
-ରାଜନାଥ ସିଂହ, ଅର୍ଥ ମନ୍ତ୍ରୀ

ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ସମ୍ମାନ ଜଣାଉଛୁ। ସୁପ୍ରିମକୋର୍ଟଙ୍କ ରାୟ ସନ୍ତୋଷଜନକ ନୁହେଁ ବୋଲି ଆମେ ଅନୁଭବ କରୁଛୁ। ସୁପ୍ରିମକୋର୍ଟରେ ଉକ୍ତ ରାୟର ପୁନଃ ବିଚାର ପାଇଁ ଅପିଲ କରିବାକୁ ଆମେ ବିଚାର କରୁଛୁ। କିନ୍ତୁ ଏ ନେଇ ସାଧାରଣରେ କୌଣସି ପ୍ରକାରର ପ୍ରଦର୍ଶନ ନହେବା ଉଚିତ।
-ଜଫରାୟବ ଜିଲାନି, ସୁପ୍ରମକୋର୍ଟ ଓକିଲ

ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ସମ୍ମାନ ଜଣାଉଛୁ। ରାମ ମନ୍ଦିର ନିର୍ମାଣକୁ ନେଇ ଆମେ ସପକ୍ଷରେ ଅଛୁ। ଏହି ରାୟ କେବଳ ଯେ ରାମ ମନ୍ଦିର ନିର୍ମାଣ ପାଇଁ ବାଟ ଖୋଲିନାହିଁ ବରଂ ଏହାକୁ ନେଇ ବିଜେପି ଓ ଅନ୍ୟମାନଙ୍କର ରାଜନୀତି କରିବା ବନ୍ଦ ହୋଇଗଲା।
-ରଣଦୀପ ସୁଜେୱାଲା, ବରିଷ୍ଠ କଂଗ୍ରେସ ନେତା