ତୈଳକ ସାହୁ ସମାଜର ଗୃହ ନିର୍ମାଣ ପାଇଁ ଭୂମି ପୂଜା ଅନୁଷ୍ଠିତ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ସାହୁ ସମାଜର ଗୃହ ନିର୍ମାଣ କାର୍ଯ୍ୟ ପାଇଁ ଆଜି କଅସର ପଡ଼ା ଠାରେ ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସାହୁ ସମାଜ ବରିଷ୍ଠ ସଦସ୍ୟ ସୁରେନ୍ଦ୍ର ସାହୁ ଯୋଗ ଦେଇଥିବା ବେଳେ ପଣ୍ଡିତ ବିକ୍ରମ ମିଶ୍ର ପୂଜାକାର୍ଯ୍ୟ ତୁଲାଇଥିଲେ।

ଏହି କାର୍ଯ୍ୟକ୍ରମରେ ସାହୁ ସମାଜର ଛବିଲାଲ ସାହୁ, ଜୟରାମ ସାହୁ, ଭୀଷ୍ମ ସାହୁ, ରଶ୍ମିରଞ୍ଜନ ସାହୁ, ରଥୀ ସାହୁ, ତ୍ରିଲୋଚନ ସାହୁ, ଚୁଡାମଣି ସାହୁ, ସତ୍ୟ ସାହୁ, ହରିବନ୍ଧୁ ସାହୁ, ଭାରତ ସାହୁ, ଗୌର ସାହୁ, ଅଲେଖ ସାହୁ, ଲିଙ୍ଗରାଜ ସାହୁ, ଦୃର୍ଯ୍ୟେଧନ ସାହୁ, ବେଣୁଧର ସାହୁ, ଆଶିଷ ସାହୁ, ଭୁକରଧନ ସାହୁ, ବିନୋଦ ସାହୁ, ଲକ୍ଷଣ ସାହୁ, ଶଶୀ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ଶେଷରେ ସାହୁ ସମାଜ ପ୍ରବକ୍ତା ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।