ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌରପରିଷଦର ଅବସରପ୍ରାପ୍ତ ପୌର କର୍ମଚାରୀ ଜଗ ମୁଣ୍ଡାଙ୍କ ବକାୟା ଅର୍ଥ ହଡପ ଘଟଣାରେ ଦେବଗଡ଼ ପୌରପରିଷଦ ଅଶାନ୍ତ ହୋଇପଡିଥିବା ବେଳେ ଅର୍ଥ ହଡପ ପରେ ଫେରାର ଆକାଉଣ୍ଟାଟ ବିନୋଦ ନାଗଙ୍କୁ ଗିରଫ ଦାବି ହୋଇଛି। ଏଥିସହ ପୌର ନିର୍ବାହୀ ଅଧିକାରୀ ଆତସୀ ପରିଡା, ତତ୍କାଳୀନ ପୌର ପ୍ରଶାସକ ସୁଧାଂଶୁ ମୋହନ ସାମଲ ଓ ଜଗ ମୁଣ୍ଡାଙ୍କ ବ୍ୟାଙ୍କ ଆକାଉଣ୍ଟ ବଦଳରେ ବ୍ୟବହାର କରାଯାଇଥିବା ଭୁବନ ମୋହନ ନାଏକ ଓ ଅମୃତ୍ତି ସାହୁଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ଦାବିରେ ଉପ ନଗରପାଳ ପ୍ରଜିତ କୁମାର ଭୋଜଙ୍କ ନେତୃତ୍ୱରେ ବିଜେପି ପାରିଷଦ ବୃନ୍ଦ ଦେବଗଡ଼ ଆରକ୍ଷୀଙ୍କ ଦ୍ୱାରସ୍ତ ହୋଇଥିବା ଜଣାପଡିଛି। ଆଜି ପୂର୍ବାହ୍ନରେ ବରିଷ୍ଠ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା, କାର୍ତ୍ତିକ ମହାକୁଳ, ମଧୁସୂଦନ ବାଗ, ଇତିଶ୍ରୀ ମିଶ୍ର, ସରୋଜିନୀ ମୁଣ୍ଡା ଓ ପିଙ୍କି ସାହୁ ଦେବଗଡ଼ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଆସି ଏ ମର୍ମରେ ଏକ ସ୍ମାରକିପତ୍ର ପ୍ରଦାନ କରିବା ସହ ଜଗ ମୁଣ୍ଡା ଦେଇଥିବା ଏତଲାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।