ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଗତ ୨୪ ଘଣ୍ଟାରେ ଆଉ ୧୬,୮୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୧ କୋଟି ୧୧ ଲକ୍ଷ ୭୩ ହାଜର ୭୬୧ରେ ପହଞ୍ଚିଛି। ସେହିପରି କରୋନାରେ ଗତ ୨୪ ଘଣ୍ଟାରେ ୧୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩,୮୧୯ ଜଣ ସୁସ୍ଥ ହୋଇଛନ୍ତି।
ଏଥିସହିତ ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୬ ହଜାର ୩୧୯ରେ ରହିଛି। ଅନ୍ୟପଟେ ଦେଶରେ ୧ କୋଟି ୮ ଲକ୍ଷ ୩୯ ହଜାର ୮୪୯ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ଲକ୍ଷ ୫୭ ହଜାର ୫୪୮ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି।