ଭୁବନେଶ୍ୱରର ପ୍ରମୁଖ ହାଟ ସ୍ଥାନାନ୍ତର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର ପ୍ରମୁଖ ହାଟ ସୋମବାରରୁ ସ୍ଥାନାନ୍ତର ହେବ। ସଂକ୍ରମଣ ବଢ଼ୁଥିବାରୁ ବିଏମସି ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ୟୁନିଟ-୧ ହାଟ ୟୁନିଟ-୧ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତରିତ ହେବ। ସେହିପରି ବ୍ରହ୍ମେଶ୍ୱର ହାଟ ବ୍ରହ୍ମେଶ୍ୱର ମେଲଣ ପଡ଼ିଆ, ଲିଙ୍ଗରାଜ ହାଟ ବିଏମସି ମାର୍କେଟ କମ୍ଲେକ୍ସକୁ ସ୍ଥାନାନ୍ତର ହୋଇଛି।

ସୂଚନାଯୋଗ୍ୟ, ଆଜିଠୁ ୟୁନିଟ-୪ ହାଟ ଶାସ୍ତ୍ରୀନଗର ଓ ରେଡକ୍ରସ ସମ୍ମୁଖ ରାସ୍ତାକୁ ଉଠିଯାଇଛି।