Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବିଗୁଡ଼ୁଛି ରାଜଧାନୀ ବାୟୁ: ଭୁବନେଶ୍ୱରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୦୦ ଟପୁଛି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବିଗୁଡ଼ୁଛି ରାଜଧାନୀ ବାୟୁ: ଭୁବନେଶ୍ୱରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୦୦ ଟପୁଛି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରା ଦେଶରେ ଏବେ ଦିଲ୍ଲୀ ବାୟୁ ପ୍ରଦୁଷଣକୁ ନେଇ ଚର୍ଚ୍ଚା ଚାଲିଛି। ଦିଲ୍ଲୀବାସୀ ଯେ ଟିକେ ବିଶୁଦ୍ଧ ବାୟୁ ନିସ୍ୱାସ ନେବା ପାଇଁ ଡହଳ ବିକଳ ହେଉଛନ୍ତି ତାହା ସମସ୍ତଙ୍କୁ ଜଣା। ତେବେ ଗତ କିଛି ବର୍ଷା ହେବ ଦିଲ୍ଲୀ ବାୟୁ ପ୍ରଦୂଷଣ ଘଟଣା ସମସ୍ତଙ୍କୁ ଚକିତ କରିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବାୟୁ ପ୍ରଦୂଷଣର ମାତ୍ରାକୁ ଦେଖି ପରିବେଶ୍ ବିତ୍ମାନେ ଚିନ୍ତା ପ୍ରକଟ କରିଛନ୍ତି। ଯଦିଓ ଦେଶର ବିଭିନ୍ନ ନାମୀ ଦାମୀ ସହର ତୁଳନାରେ ରାଜଧାନୀ ଭୁବନେଶ୍ୱରେ ରହିବା ପାଇଁ ଲୋକମାନେ ବେଶ୍ ପସନ୍ଦ କରୁଛନ୍ତି ମାତ୍ର ନିୟମିତ ଭାବେ ସହରରେ ବଢ଼ୁଥିବା ଏୟାର କ୍ୱାଲିଟି ଇଣ୍ଡେକ୍ସ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

ଏହି ଏୟାର କ୍ୱାଲିଟ୍ ଇଣ୍ଡେକ୍ସର ପରିମାଣ ୧-୫୦ ମଧ୍ୟରେ ରହିଲେ ଉତ୍ତମ ବାୟୁ ଉତ୍ତମ ଶ୍ରେଣୀରେ ଅଛି ବୋଲି ଜଣା ଯାଏ। ସେହିପରି ୫୧-୧୦୦ ରହିଲେ ତାହା ସ୍ୱାଭାବିକ ବୋଲି ବିବେଚନା କରାଯାଏ। ତେବେ ୧୦୧-୨୦୦ ମଧ୍ୟରେ ଏହା ମଧ୍ୟମଧରଣର ହୋଇଥିବା ବେଳେ ୨୦୦୧-୩୦୦ ଖରାପରେ ଗଣନା କରାଯାଏ। ଏହିପରି ଭାବେ ୫୦୦ ପର୍ଯ୍ୟନ୍ତ ଇଣ୍ଡେକ୍ସ ନମ୍ବର ଥିବା ବେଳେ ଏହା ୧୦୦ ଟପିଲେ ଚିନ୍ତା କରିବା ପାଇଁ ପଡ଼ିଥାଏ ଓ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିଥାଏ ବୋଲି ପଲୁସନ୍ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ କୁହାଯାଇଛି।

ତେବେ ଦୀଲ୍ଲୀରେ ଏହା ୫୦୦ ଉପରେ ରହୁଥିବାରୁ ହେଲ୍ଥ ନିର୍ଦ୍ଦେଶାବଳୀ ଜାରି କରାଯାଇ ଲୋକମାନଙ୍କୁ ବାହାରରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଉଛି। ଯଦିଓ ଓଡ଼ିଶାରେ ପରିସ୍ଥିତି ଏତେ ଭୟଙ୍କର ହେଉନାହିଁ ହେଲେ ଗତ କିଛିଦିନ ହେବ ଭୁବନେଶ୍ୱରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୦୦ ଟପୁଛି। ରବିବାର ଦିନ ରାଜଧାନୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୫୦ ଟପିଛି। ଅନ୍ୟପକ୍ଷରେ ଗତ ଶନିବାର ଦିନ ଜୟଦେବ ବିହାର ନିକଟରେ ଏହି ଇଣ୍ଡେକ୍ସ ୪୧୮ ଛୁଇଁଥିବା ବେଳେ ଏହା ଲୋକମାନଙ୍କ ପାଇଁ ମାରାତ୍ମକ ସାବ୍ୟସ୍ତ ହୋଇପାରେ ବୋଲି ସ୍କାଏମେଟ ପକ୍ଷରୁ କୁହାଯାଇଥିଲା।

ସେହିପରି ଆଇଏମ୍ଡିର ନିର୍ଦ୍ଦେଶକ ଏଚ୍ଆର୍ ବିଶ୍ୱାସ କହିଛନ୍ତି ଯେ, ଭୁବନେଶ୍ୱରରେ ସେମିତି ସ୍ଥିତି ସୃଷ୍ଟି ହୋଇନାହିଁ। ସାଧାରଣତଃ ଶୀତଦିନେ ଦୁଇ ତିନି ହେବ ପବନର ବେଗ ସମ୍ପୁର୍ଣ୍ଣ କମି ଯାଇଛି। ଏହାସହିତ ରାତି ସମୟରେ ତାପମାତ୍ରା ମଧ୍ୟ ହ୍ରାସ ପାଉଛି। ତେଣୁ କିଛି କିଛି ସ୍ଥାନରେ ପରିସ୍ଥିତି ଟିକେ ବିଗୁଡ଼ୁଛି। କିନ୍ତୁ ପବନର ବେଗ ବଢ଼ିଲେ ଏହା କମିଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଜନସଂଖ୍ୟା ଓ ଅର୍ଥନୈତିକ ଅଭିବୃଦ୍ଧି ଘଟୁଥିବା ଯୋଗୁଁ ଧୂଳିକଣାର ମାତ୍ରା ମଧ୍ୟ ବଢିବାରେ ଲାଗିଛି। ଫଳରେ ଲୋକେ ଆଜମା, ଟିବି ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେବେ ବିଶେଷ କରି ୟୁନିଟ-୧ ଓ ୟୁନିଟ-୮ ଅଞ୍ଚଳରେ ଏହି ଧୂଳିକଣାର ପରିମାଣ ଅହେତୁକ ଭାବେ ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ବାୟୁରେ ରହୁଥିବା ‘ସସପେଣ୍ଡଡେଡ ପାର୍ଟିକୁଲାର ମ୍ୟାଟର’ ବା ‘ଏସପିଏମ୍’ ଏବଂ ‘ଆରଏସପିଏମ୍’କୁ ଧୂଳିକଣା କୁହାଯାଏ।

ବାୟୁରେ ଏସପିଏମ୍ର ମାତ୍ରା ୨୦୦ ମାଇକ୍ରୋଗ୍ରାମ/ଘନ ମିଟରରୁ ଅଧିକ ରହିଲେ ତାହା ବିପଜ୍ଜନକ ବୋଲି ଧରାଯାଇଥାଏ। ସେହିପରି ଆରଏସପିଏମ୍ର ମାତ୍ରା ବାୟୁରେ ୧୪୦ ମାଇକ୍ରୋଗ୍ରାମ/ଘନ ମିଟରରୁ ଅଧିକ ରହିଲେ ତାହା ଜନବସତି ପାଇଁ କ୍ଷତିକାରକ ବୋଲି ଧରାଯାଏ। ମାତ୍ର ୨୦୦୮ରେ ୟୁନିଟ-୧ରେ ୧୬୭ମାଇକ୍ରୋଗ୍ରାମ ଏସପିଏମ ଥିଲାବେଳେ ଆଇଆରସି ଭିଲେଜ ନିକଟରେ ଏହାର ମାତ୍ରା ୧୫୭ ରହିଥିଲା। ୨୦୦୯ରେ ଏହାର ବୃଦ୍ଧି ଘଟି ୧୯୨ମାଇକ୍ରୋଗ୍ରାମ ଏସପିଏମ୍/ଘନମିଟରରେ ପହଞ୍ôଚଥିବା ବେଳେ ଆଇଆରସି ଭିଲେଜରେ ୧୦୪ରେ ସିମିତ ରହିଥିଲା। ୨୦୧୦ରେ ଏହା ୧୯୮ ଓ ୨୦୧୧ରେ ସାମାନ୍ୟ ବୃଦ୍ଧି ଘଟିଥିଲା। ହେଲେ ଚଳିତବର୍ଷ ଧୂଳିକଣାର ମାତ୍ରା ଅହେତୁକ ଭାବେ ବୃଦ୍ଧି ଘଟିଛି।

ଏହିଭଳି ଭାବେ ଧୂଳିକଣାର ମାତ୍ରା ବୃଦ୍ଧିକୁ ନେଇ ପରିବେଶ ଓ ଚିକିତ୍ସା ବିଜ୍ଞାନିମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହି ଧୂଳିକଣାର ପ୍ରଭାବରେ ଲୋକଙ୍କ ସ୍ୱାସ୍ଥ୍ୟପ୍ରତି ଅନେକ ବିପଦ ସୃଷ୍ଟି କରିବ। ଆଜ୍ମା, ଟିବି, ହୃଦପିଣ୍ଡ ଓ ଶ୍ୱାସଜନୀତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ସେହିପରି ଆଇମ୍ଡିର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ଏବେ ଦିଲ୍ଲୀପଟୁ ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶାକୁ ପବନ ଆସୁଛି। ସେଥିପାଇଁ ବାୟୁମଣ୍ଡଳର ଉପର ଭାଗରେ ଡଷ୍ଟ ରହୁଛି। ସେଥିପାଇଁ ସକାଳୁ ରାଜଧାନୀରେ କୁହୁଡ଼ି ଦେଖାଯାଉଥିଲେ ମଧ୍ୟ ଏହା କୁହୁଡ଼ି ନୁହେଁ। ତେବେ ପବନର ବେଗ ଅଧିକ ରହିଲେ ତାହା ସମୁଦ୍ର ଆଡ଼କୁ ପଳାଇବ। ମାତ୍ର ବାୟୁମଣ୍ଡଳରେ କିଛିଦିନ ହେବ ପ୍ରଦୁଷଣ ରହୁଛି ବୋଲି ଶ୍ରୀ ସାହୁ କହିଛନ୍ତି।