Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଖଜୁରୀପଡ଼ା,ଏନ୍‌ଏନ୍‌ଏସ୍‌: ଖଜୁରୀପଡ଼ା ପଞ୍ଚାୟତ ସମିତିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମୁଦାୟ ୪୭୯ଜଣ ହିତାଧକାରୀ ସରକାରୀ ସହାୟତା ପାଇଁ ଆବେଦନ କରିଛନ୍ତି । ସେଥିମଧ୍ୟରୁ ଅସ୍ଥିଶଲ୍ୟ ବିଭାଗ ୨୬୦, ଶ୍ରବଣ ବାଧିତା ୫୧, ଦୃଷ୍ଟିଦୋଷଯୁକ୍ତ ୬୬, ମାନସିକ ଅନଗ୍ରସର ୫୨ ଓ ସିକିଲସେଲ ୫୦ଜଣ ସରକାରୀ ତାଲିକାଭୁକ୍ତ ଭାବେ ରହିଛନ୍ତି । ସେଥିମଧ୍ୟରେ ୫ଜଣଙ୍କୁ ୩ ଚକିଆ ସାଇକେଲ, ହୁଇଲ ଚେୟାର ୧୦, ଆଶାବାଡ଼ି ୫ ଓ ଅନ୍ୟ ଭିନ୍ନକ୍ଷମ ସହାୟତା ଉପକରଣ ବଣ୍ଟନ କରାଯାଇଛି । ସେହିପରି ବସ ପାସ ୩୫, ଭତ୍ତା ୪୯ ଓ ଡିଆଅର୍ାଇ ଲୋନ ୧୫ ଜଣ ଆବେଦନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଶ୍ରୀ ଅଙ୍ଗଦ କହଁର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଜୋନ ୪ ଜିଲ୍ଲା ପରିଷଦ ସଦସ୍ୟା ଉର୍ବଶୀ ଦିଗାଲ, ଜୋନ ୩ ଜିଲ୍ଲା ପରିଷଦ ସଦସ୍ୟା ମମତା ମଲ୍ଲିକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜର୍ଜ ଡୁଙ୍ଗଡୁଙ୍ଗ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସ ଅଧିକାରୀ ଡାକ୍ତର ମନୋଜ ଉପାଧ୍ୟାୟ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମୈତ୍ରୀ ଶତପଥୀ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ମନୋଜ କୁମାର ସାସମଲ୍‌, ବ୍ଲକର ସମସ୍ତ କର୍ମଚାରୀ ଓ ଅଧିକାରୀ ପ୍ରମୁଖ ଦିବ୍ୟାଙ୍ଗଙ୍କ ପଞ୍ଜିକରଣ ଏବଂ ପରିଚାଳନା କରିଥିଲେ । ବିଭିନ୍ନ ବିଭାଗ ତରଫରୁ ଡାକ୍ତର ସୂର୍ଯ୍ୟ ନାରାୟଣ ଚାନ୍ଦ, ଡାକ୍ତର ଆରୋବିନ୍ଦ ଦାସ, ଡାକ୍ତର ଜଳନ୍ଧର ବେଟି ଓ ଡାକ୍ତର ନିରାକାର ଭଟ୍ଟ ପ୍ରମୁଖ ଭିନ୍ନକ୍ଷମଙ୍କ ପ୍ରମାଣପତ୍ର ଏବଂ ପରୀକ୍ଷା କରିଥିଲେ । ଏନେଇ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଚାରିବାରୁ ପୂର୍ବରୁ ସମସ୍ତ ସହାୟତା ପାଇଥିବା କିଛି ଭିନ୍ନକ୍ଷମ ହିତାଧିକାରୀମାନେ ଅନ୍ୟଥା ପୁନର୍ବାର ପଞ୍ଜିକରଣ କରୁଥିବା ହେତୁ ଭିଡ଼ ହୋଇଥିଲା । କିନ୍ତୁ ଆମେ ପୁନର୍ବାର କୌଣସି ଭିନ୍ନକ୍ଷମ ଅଛନ୍ତି ସେମାନଙ୍କୁ ସମସ୍ତ ସହାୟତା ପାଇଁ ପଦକ୍ଷେପ ନେବୁ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ, ସିଆରପି, ଏମବିକେ, ମାଁ ସୁରାଦେଇ ସେବା ସଂଘ ଓ ମାଁ ସୁରାଦେଇ ଫ୍ରେଣ୍ଡସ ଗ୍ରୁପ୍ ସମସ୍ତ ଭିନ୍ନକ୍ଷମଙ୍କୁ ସମସ୍ତ ସହଯୋଗ କରିଥିଲେ ।