ବିିହାରରେ ଆରମ୍ଭ ହେବ ‘ଭାରତ ଯୋଡ଼ୋ ଯାତ୍ରା’

ପାଟନା: ବିହାରରେ କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ ହେବାକୁ ଯାଉଛି । ଏହି ଯାତ୍ରାକୁ ସଫଳ କରିବା ପାଇଁ କଂଗ୍ରେସ ନେତା ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଏହି ଯାତ୍ରା ଜରିଆରେ କଂଗ୍ରେସ ନିଜକୁ ବିହାରରେ ମଜଭୁତ କରିବାକୁ ଚେଷ୍ଟା କରିବ । କଂଗ୍ରେସର ପୁରୁଖା ନେତା ଜୟରାମ ରମେଶ ଓ ଦିଗବିଜୟ ସିଂହ ଏହି ଯାତ୍ରାକୁ ସଫଳ କରିବା ପାଇଁ ପାଟନା ଗସ୍ତ କରି ସାରିଛନ୍ତି । ବିହାରରେ ଏହି ଯାତ୍ରା ବାଙ୍କାସ୍ଥିତ ମନ୍ଦାର ପର୍ବତରୁ ଡିସେମ୍ବର ୨୮ରୁ ଆରମ୍ଭ ହେବ ଏବଂ ପାଖାପାଖି ୧୨୦୦ କିମି ଅତିକ୍ରମ କରିବା ପରେ ବୋଧଗୟାରେ ସମାପ୍ତ ହେବ ।

ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ କଂଗ୍ରେସକୁ ଉତ୍ସାହିତ କରିବ ବୋଲି ବିହାର କଂଗ୍ରେସ କହିଛି । ଏହି ଯାତ୍ରା ଦ୍ୱାରା ସେମାନେ ସିଧାସଳଖ ଜନତାଙ୍କ ସହ ଯୋଡ଼ିପାରିବେ ବୋଲି କହିଛନ୍ତି ।