ହ୍ୱାଟ୍ସଆପରେ ହେବ ଭାରତ ଗ୍ୟାସ୍ ବୁକ

ଦେଓଗାଁ,ଏନ୍ଏନ୍ଏସ୍ : କରାେନ ସମୟରେ ଉପଭୋକ୍ତାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସମଗ୍ର ଭାରତରେ ପେଟ୍ରୋଲିୟମ ବିଭାଗ ଜାଗରଣ ଅଭିଯାନ ଆରମ୍ଭ କରିଛି । ଫଳରେ ଘରେ ବସି ଗ୍ୟାସ ବୁକ କରିହେବ ବୋଲି ସ୍ଥାନୀୟ ଭାରତ ଗ୍ୟାସ୍ ଟେରିଟରୀ ମେନେଜର ମନୋଜ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଉପଭୋକ୍ତାମାନଙ୍କ ଜୀବନ ଧାରଣାରେ ସୁଧାର ଆଣିବା ସହ ପ୍ରତିଷ୍ଠାନ ତରଫରୁ ଦିଆଯାଉଥିବା ସୁବିଧାର ଗୁଣବତ୍ତାସ୍ତରକୁ ସୁଧାରିବା ହେଉଛି ଏହି ଜାଗରଣର ମୁଖ୍ୟ ଉଦ୍ଦେଶ୍ୟ। ବର୍ତ୍ତମାନ ବଲାଙ୍ଗିର ଜିଲ୍ଲାରେ ବିପିସିଏଲ ପକ୍ଷରୁ ହ୍ୱାଟ୍ସଆପ ଜରିଆରେ ଗ୍ୟାସ୍ ବୁକ୍ କରିବା ସୁବିଧା ଉପଲବ୍ଧ କରାଯାଇଛି । କିନ୍ତୁ ଉପଭୋକ୍ତା ଅନ୍ୟ ବିକଳ୍ପ ରୂପେ ଗୁଗୁଲ୍ ପେ, ଆମଜନ୍ ପେ, ଫୋନ୍ ପେ, ୟୁପିଆଇ ଜରିଆରେ ସୁବିଧା ଅନୁସାରେ ଉପଯୋଗ କରିପାରିବେ ବୋଲି ଶ୍ରୀ କୁମାର କହିଛନ୍ତି ।