ଅମାନିଆଙ୍କଠୁ ସପ୍ତାହରେ ୪ ଲକ୍ଷରୁ ଊର୍ଦ୍ଧ ଜୋରିମାନା ଆଦାୟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା କଟକଣା ଉଲ୍ଲଙ୍ଘନ କରିଥିବା ଅମାନିଆଙ୍କଠାରୁ ଗତ ୭ ଦିନରେ ଝାରସୁଗୁଡ଼ା ପୁଲିସ ୪ ଲକ୍ଷରୁ ଊର୍ଦ୍ଧ ଟଙ୍କାର ଜୋରିମାନା ଆଦାୟ କରିଛି। ମାସ୍କ ନପିନ୍ଧି ଘରୁ ବାହାରିଥିବା ଲୋକଙ୍କଠାରୁ ୪ ଲକ୍ଷ ୧୭ ହଜାର ୧୫୦ ଟଙ୍କା ଆଦାୟ କରାଯାଇଛି। ଆଉ ସାମାଜିକ ଦୂରତା ଉଲ୍ଲଙ୍ଘନ କରିଥିବା ଲୋକଙ୍କଠାରୁ ୧୭ ହଜାର ୩ଶହ ଟଙ୍କା ଓ ଏମଭି ଆକ୍ଟ ଉଲ୍ଲଙ୍ଘନ କରିଥିବା ଲୋକଙ୍କଠାରୁ ୯ହଜାର ୫ଶହ ଟଙ୍କା ଆଦାୟ ହୋଇଛି। ସେହିପରି ବେଆଇନ ଚଲାଣ ହେଉଥିବା ୨୮୬ ଲିଟର ଦେଶୀ ମଦ, ୪୨ ଲିଟର ବିଦେଶୀ ମଦ ଜବତ କରାଯିବା ସହ ୨୮ ଜଣଙ୍କ ନାମରେ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି।

ଅନ୍ୟପଟେ କରୋନା ସଂକ୍ରମଣକୁ ରୋକିବାରେ ସହଯୋଗ କରିବା ପାଇଁ ଜିଲ୍ଲାବାସୀଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ସର୍ବସାଧାରଣରେ ଛେପ ନ ପକାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ସରକାରଙ୍କ ସମସ୍ତ ଗାଇଡଲାଇନକୁ ପାଳନ କରିବା ପାଇଁ ବାରମ୍ବାର ସଚେତନ କରାଯାଉଛି।