ଭାରତ ବନ୍ଦ ଡାକରାକୁ ସଇଁନ୍ତଳା କଂଗ୍ରେସର ସମର୍ଥନ

ସଇଁନ୍ତଳା,ଏନ୍ଏନ୍ଏସ୍: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସରକାରଙ୍କ ୩ଟି କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାକୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ କଂଗ୍ରେସ କମିଟି ସମର୍ଥନ ଜଣାଇଛି। ବ୍ଲକ କଂଗ୍ରେସ କମିଟି ସଭାପତି ଗୁଣ ସାଗର ମାଝୀଙ୍କ ନେତୃତ୍ୱରେ କଂଗ୍ରେସ ସମର୍ଥନ ଓ ଚାଷୀମାନେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ତହସିଲ କାର୍ୟ୍ୟାଳୟ, ବ୍ଲକ କାର୍ୟ୍ୟାଳୟ ଓ ଜେଏମଏଫସି କୋର୍ଟ ବନ୍ଦ କରିଥିଲେ। ଏହି ବନ୍ଦ ପାଳନକୁ ସମର୍ଥନ କରି ବରିଷ୍ଠ ଆଇନଜୀବୀ ସୁବୋଧ ମିଶ୍ର, ଦେବ ରାଜ ପଣ୍ଡା, ମିଡିଆ ସେଲ ସଂଯୋଜକ ସୁବ୍ରତ ବେହେରା, ଚନ୍ଦ୍ର ଚନ୍ଦନ, ଯୁବନେତା ରିଙ୍କୁ ପ୍ରଧାନ, ଉମେଶ ସାହୁ,ଚାଷୀ ନେତା ଗଦାଧର ସାହୁ, ଟଙ୍କାଧର ସାହୁ, ଶରତ ବେହେରା ଓ ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।