ମୁମ୍ବାଇର କୋଭିଡ ହସ୍ପିଟାଲରେ ନିଆଁ ଲାଗି ୧୦ ମୃତ : ମୃତକଙ୍କ ପରିବାରକୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ : ମହାରାଷ୍ଟ୍ରର ଏକ କୋଭିଡ ହସ୍ପିଟାଲରେ ନିଆଁ ଲାଗି ୧୦ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି। ଏହି ସମୟରେ ଠାକରେ ମୃତକଙ୍କ ପରିବାରକୁ କ୍ଷମା ମଧ୍ୟ ମାଗିଛନ୍ତି। ଏଥିସହିତ ଯେଉଁମାନେ ଏହି ଘଟଣା ଲାଗି ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ଏହି ଘଟଣାରେ ଯାହାଙ୍କ ମୃତ୍ୟୁ ହୋଇଛି ମୁଁ ତାଙ୍କ ପରିବାରକୁ କ୍ଷମା ମାଗୁଛି। ଅଗ୍ନିଶମ ବିଭାଗ ଭଲ କାମ କରିଛନ୍ତି। ଭେଣ୍ଟିଲେଟରରେ ଥିବା କିଛି ଲୋକଙ୍କ ଜୀବନ ବଞ୍ଚାଇବାରେ ଆମେ ସକ୍ଷମ ହୋଇଛୁ। ହସ୍ପିଟାଲ ତଳେ ଥିବା ଅଫିସ ଓ ଦୋକାନରେ ନିଆଁ ଲାଗି ଚାରିଆଡ଼େ ବ୍ୟାପି ଯାଇଥିଲା।