୧୬ ବର୍ଷରୁ କମ୍ ନବରଙ୍ଗପୁର କ୍ରିକେଟ ଦଳର କଟକ ଗସ୍ତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: କଟକରେ ଅନୁଷ୍ଠିତ ହେବାକୁ ଥିବା ୧୬ ବର୍ଷରୁ କମ କ୍ରିକେଟ ଟର୍ଣ୍ଣାମେଣ୍ଟ ନିମନ୍ତେ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ପ୍ରହ୍ଲାଦ ତ୍ରିପାଠୀ ଏକ ୧୫ ଜଣିଆ ଟିମ୍ ଘୋଷଣା କରିଛନ୍ତି । ସେମାନେ ହେଲେ ଏମ. ମଳୟ ସିଙ୍ଗଦ୍ୱାର, ଅଂଶୁମାନ ପଣ୍ଡା, ଚିତ୍ତରଞ୍ଜନ ମାଝୀ, ଏ. ପ୍ରତ୍ୟୁଷ କୁମାର ରାଓ, ପ୍ରବୀଣ କୁମାର ବଣୁଆ, ରୁଦ୍ର ପ୍ରତାପ ପୂଜାରୀ, ପିୟୁଷ ପଟ୍ଟନାୟକ, ଦୁର୍ଗା ସିଂ, ରାକେଶ କେଉଟ, ନିଶାନ ଉଜେ, ଆଦିତ୍ୟ ତିବାରି, ସାଇ ରୁଦ୍ର ପ୍ରସାଦ ପାତ୍ର, ଅମ ପାଣିଗ୍ରାହୀ, ସୁମିତ କୁମାର ବାଘ ଓ ଓମ ପ୍ରକାଶ ବେହେରା । ଖେଳାଳି ନାମ ଘୋଷଣା କାର୍ଯ୍ୟକ୍ରମରେ ସହ ସମ୍ପାଦକଏମ ବାଲାକୃଷ୍ଣ ରାଓ, ଉପସଭାପତି ଶୁଭେନ୍ଦୁ ନାଥ ବେହେରା ଓ ମିଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଖେଳାଳିଙ୍କୁ ବରିଷ୍ଠ କ୍ରିକେଟ ଖେଳାଳି ଅଶୋକ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଚୟନ କରାଯାଇଛି । ଦଳର କୋଚ ଭାବେ ସାଇ କୁମାର ରାଓ ଓ ମ୍ୟାନେଜର ଭାବେ ଶଶାଙ୍କ ଶେଖର ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି ।

ସୂଚନାଯୋଗ୍ୟ, ନବରଙ୍ଗପୁର ଦଳ ଗ୍ରୁପ ଡିରେ ସ୍ଥାନ ପାଇଥିବାବେଳେ କଟକ-ଏ, ଗଞ୍ଜାମ, ଅନୁଗୁଳ, ସୁନ୍ଦରଗଡ଼ ଓ ପାରାଦ୍ୱୀପ ସହ ଖେଳିବାର କାର୍ଯ୍ୟକ୍ରମ ରହିଛି । ରବିବାର ପାରାଦ୍ୱୀପ ସହ ଦଳ ତା’ର ପ୍ରଥମ ମ୍ୟାଚ ଖେଳିବ ବୋଲି ଜଣାପଡ଼ିଛି ।