ଶବ ସଂସ୍କାର ବେଳେ ମହୁମାଛି ଆକ୍ରମଣ, ୪୦ରୁ ଊର୍ଦ୍ଧ୍ୱ ଆହତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପତ୍ରାପାଲି ସାହିର ଜଣେ ବ୍ୟକ୍ତିଙ୍କ ଶବ ସଂସ୍କାର ପାଇଁ ଯାଇଥିବାବେଳେ ୪୦ରୁ ଊର୍‌ଦ୍ଧ୍ୱ ବ୍ୟକ୍ତି ମହୁମାଛି ଆକ୍ରମଣରେ ଆହତ ହୋଇଥିବା ଜଣାପଡ଼ିଛି । ପ୍ରାଥମିକ ଚିକିତ୍ସା ପରେ ପ୍ରାୟ ୨୦ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରମାନେ ହେଲେ ମନୋହର ମୁଣ୍ଡା(୫୪) ଓ କୁଞ୍ଜ ମୁଣ୍ଡା(୭୪) । ସେହିପରି ପ୍ରାୟ ୨ଜଣ ଚିକିତ୍ସାଧୀନ ରହିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ପତ୍ରାପାଲି ସାହିର ଜୟମୁଣ୍ଡା ନାମକ ଜଣେ ବ୍ୟକ୍ତିର ଶବ ସଂସ୍କାର ପାଇଁ ଯାଇଥିବାବେଳେ ଶ୍ମଶାନରେ ଏଭଳି ଘଟଣା ଘଟିିଛି ।