ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହାକୁମା ସ୍ଥିତ ଘରୋଇ ଏ.ଏନ୍.ଏମ୍. କେନ୍ଦ୍ର ଓ ଭାଗୀରଥି ନଗର ନିକଟରେ ଏକ ଭାଲୁ ବୁଲୁଥିବା ସି.ସି.ଟି.ଭି କ୍ୟାମେରାରେ ରେକର୍ଡ ହୋଇଛି। ଗତକାଲି ରାତ୍ରିରେ ଏହି ଭାଲୁଟି ୩୨୬ ଜାତୀୟ ରାଜପଥ ନିକଟରେ ଥିବା ଏକ ଘରର ଫାଟକ ଭାଙ୍ଗିବାକୁ ଚେଷ୍ଟା କରିଥିଲା। ଶବ୍ଦ ହେବାରୁ ଲୋକେ ପଦାକୁ ଆସି ଦେଖିବାରୁ ଭାଲୁ ଥିବା ଜାଣିବାକୁ ପାଇଥିଲେ। ଫଳରେ ଲୋକେ ଭୟଭୀତ ହୋଇଯାଇଛନ୍ତି। ତେବେ ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବା ସହ ଉକ୍ତ ଭାଲୁକୁ ଉଦ୍ଧାର କରିକୁ ଦାବି ହୋଇଛି।