ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତଣ୍ଡ ଗ୍ରାମରେ ଭାଲୁ ଆକ୍ରମଣ ଜଣେ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ବୃଦ୍ଧ ଜଣଙ୍କ ହେଲେ ତଣ୍ଡ ଗ୍ରାମର ବୁକା ନାୟକ। ସୂଚନା ଅନୁଯାୟୀ ବୃଦ୍ଧ ଜଣଙ୍କ ନିଜ କାଜୁ ବଗିଚାକୁ ଯାଇଥିବାବେଳେ ପାଖ ଜଙ୍ଗଲରୁ ୪ଟି ଭାଲୁ ଆସି ବୃଦ୍ଧଙ୍କର ସମ୍ବେଦନଶୀଳ ଅଙ୍ଗକୁ ଆକ୍ରମଣ କରିଥିଲେ। ବୃଦ୍ଧ ଜଣକ ପାଟି କରିବାରେ ନିକଟରେ ବିଲରେ କାମ କରୁଥିବା ଲୋକମାନେ ଆସି ଭାଲୁ କବଳରୁ ବୃଦ୍ଧାକୁ ରକ୍ଷା କରିଥିଲେ। ପରେ ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।