ଏହି ଜର୍ସି ପିନ୍ଧି ଟି୨୦ ବିଶ୍ବକପରେ ଖେଳିବ ଟିମ ଇଣ୍ଡିଆ

ହାଇଦ୍ରାବାଦ,ଏଜେନ୍ସି: ସାମ୍ନାକୁ ଆସିଲା ଟି୨୦ ବିଶ୍ବକପ ଟିମ୍‌ ଇଣ୍ଡିଆ ନୂତନ ଜର୍ସି ଫଟୋ । ପୂର୍ବରୁ ଏକ ଭିଡିଓ ମାଧ୍ୟମରେ ଟି-୨୦ ବିଶ୍ବକପ ପାଇଁ ନୂଆ ଜର୍ସି ଲଞ୍ଚ ହେବା ନେଇ ସୂଚନା ଦିଆଯାଇଥିଲା । ତେବେ ଟି-୨୦ ବିଶ୍ବକପ ନୂଆ ଜର୍ସି ପିନ୍ଧି କ୍ରିକେଟରମାନେ ଫୋଟୋ ସେୟାର କରିଛନ୍ତି ।

ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର ୧୬ ରୁ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବକୁ ଥିବା ଟି-୨୦ ବିଶ୍ବକପ ପାଇଁ ଫ୍ୟାନ୍ସମାନଙ୍କଠାରେ ଦେଖିବାକୁ ମିଳିଛି ଉତ୍ସାହ । ବିସିସିଆଇ ୧୫ ଜଣିଆ ଟି-୨୦ ସ୍କ୍ବାଡ ଘୋଷଣା କରିସାରିଛି । ସବୁଥର ପରି ଏଥର ମଧ୍ୟ ମ୍ୟାନ ଇନ ବ୍ଲୁ ଟି-୨୦ ବିଶ୍ବକପରେ ପିନ୍ଧିରେ ନୂଆ ଜର୍ସି । ଟି-୨୦ ବିଶ୍ବକପର ଜର୍ସି ପାଇଁ ଭାରତର କିଟ ପାର୍ଟନର ଏମ୍‌ପିଏଲ୍‌ ସ୍ପୋର୍ଟସ ନୂଆ ଜର୍ସି ଲଞ୍ଚ କରିବା ନେଇ ପୂର୍ବରୁ ଘୋଷଣା କରିଥିଲା । ଟିମ ଇଣ୍ଡିଆର ନୂଆ ଜର୍ସି ଆଜି ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଛି ।

ନୂଆ ଜର୍ସି ସ୍କାଏ ବ୍ଲୁ ମିଶ୍ରିତ ରଙ୍ଗରେ ଡିଜାଇନ କରାଯାଇଛି । ଜର୍ସିର ବାମ ପଟେ ବିସିସିଆଇ ଲୋଗୋ ରହିଥିବାବେଳେ ଡାହାଣ ପଟେ ଏମ୍‌ପିଏଲ୍‌ ସ୍ପୋର୍ଟସର ଲୋଗୋ ରହିଛି । ନୂଆ ଜର୍ସି ଲଞ୍ଚ ପୂର୍ବରୁ ଏକ ଭିଡିଓ ମାଧ୍ୟମରେ ଅଧିନାୟକ ରୋହିତ ଶର୍ମା, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବ୍ୟାଟର ଶ୍ରେୟାସ ଆୟାର ପ୍ରଶଂସକଙ୍କୁ ଟିମ ଇଣ୍ଡିଆର ନୂଆ ଜର୍ସିରେ ଭାଗ ନେବାକୁ କହିଥିଲେ । ତେବେ ଟିମ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ ନେଇ ସୋସିଆଲ ମିଡିଆରେ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି ।