Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବସୁଧା ଯୋଜନାରେ ବ୍ୟୟ ହେବ ୩ହଜାର କୋଟି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବସୁଧା ଯୋଜନାରେ ବ୍ୟୟ ହେବ ୩ହଜାର କୋଟି

ପୁରୀ,ଏନ୍ଏନ୍ଏସ୍: ୭୩ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ‘ଜଳ ଜୀବନ’ ମିଶନରେ ୨୦୨୪ମସିହା ସୁଦ୍ଧା ଦେଶର ପ୍ରତ୍ୟେକ ଘରକୁ ପାଣି ପାଇପ୍‌ ସଂଯୋଗ ଯୋଗାଇ ଦିଆଯିବା ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଉଦ୍ୟମ କରାଯାଉଛି। ଦେଶର ଗ୍ରାମାଞ୍ଚଳରେ ଥିବା ପ୍ରାୟ ୧୪କୋଟି ୬୦ଲକ୍ଷ ଘରକୁ ଟ୍ୟାପ୍‌ କନେକ୍‌ସନ ଯୋଗାଇ ଦିଆଯିବ। ଏ ବାବଦରେ ୩.୬୦ ଲକ୍ଷ କୋଟି ଟଙ୍କା ବ୍ୟୟ ହେବ। କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ପାନୀୟଜଳ ଓ ପରିମଳ  ବିଭାଗ ପକ୍ଷରୁ ଏ ଦିଗରେ ଉଦ୍ୟମ କରାଯାଉଛି। ପୁରୀରେ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ ଦୁଇଦିନିଆ କର୍ମଶାଳା ଅବସରରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏହି ସୂଚନା ଦେଇଛନ୍ତି । କର୍ମଶାଳାରେ ରାଜ୍ୟ ପଞ୍ଚାୟତିରାଜ ଓ ଜଳଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇଥିଲେ।

ଚଳିତମାସ ୧୧ ଓ ୧୨ତାରିଖ ୨ଦିନ ଧରି ଚାଲିଥିବା ଏହି କର୍ମଶାଳା ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶେଖାୱତ କହିଥିଲେ ଯେ ନରେନ୍ଦ୍ର ମୋଦୀ ସରକାର ତାଙ୍କର ପ୍ରଥମ ପାଳିରେ ସାଧାରଣ ମଣିଷ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଯେଉଁସବୁ ଯୋଜନା କାର୍ଯ୍ୟକାରୀ କରିଥିଲେ ସେଥିରେ ଧାର୍ଯ୍ୟଲକ୍ଷ୍ୟରୁ ଅଧିକ ସଫଳତା ମିଳିଛି। ପ୍ରତ୍ୟେକ ବ୍ୟକ୍ତିକୁ ଘର, ସବୁ ଘରକୁ ବିଦ୍ୟୁତ୍ ସଂଯୋଗ, ସମସ୍ତଙ୍କ ଘରେ ଗ୍ୟାସ ଚୁଲି ଓ ପ୍ରତ୍ୟେକଙ୍କ ଘରେ ଶୌଚାଳୟ ପାଇଁ ଯୋଜନା କରାଯାଇଥିଲା। ସରକାର ଲୋକଙ୍କ ସାମାଜିକ ଜୀବନରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ସବୁ ଘରେ ଶୌଚାଳୟ ପରେ ଏବେ ସବୁଠାରୁ ପ୍ରତ୍ୟେକ ଘରେ ବିଶୁଦ୍ଧ ପାଣି ପହଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଗତ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଆଗାମୀ ୫ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ ଗ୍ରାମର ପ୍ରତ୍ୟେକ ଘରକୁ ପାଇପ ସଂଯୋଗ କରାଯିବ ବୋଲି ଘୋଷଣା କରିଥିଲେ।

ସେହିପରି ଆସନ୍ତା ୧୪ ଓ ୧୫ତାରିଖରେବାଲେଶ୍ୱରରେ ତୃତୀୟ, ଚତୁର୍ଥ କର୍ମଶାଳା କରାଯିବ। ସେହିଭଳି ଅହମ୍ମଦାବାଦରେ ୧୮ ଓ ୧୯ତାରିଖ ଏବଂ ଗୌହାଟିରେ ୨୪ ଓ ୨୫ତାରିଖରେ କର୍ମଶାଳା ଅନୁଷ୍ଠିତ ହେବ। ପୁରୀରେ ହୋଇଥିବା ଦୁଇଦିନିଆ କର୍ମଶାଳାରେ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ରାଜସ୍ଥାନ, ପଶ୍ଚିମବଙ୍ଗ ଆଦି ରାଜ୍ୟମାନଙ୍କର ପ୍ରତିନିଧିମାନେ ଯୋଗଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାୱତ କହିଥିଲେ ଯେ ଭାରତରେ ପିଇବାପାଣି ଏକ ଚ୍ୟାଲେଞ୍ଜ ହୋଇଛି। ଭୂତଳ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଛି। ମିଳିତ ଭାବେ ଆମକୁ ଏହି ଚ୍ୟାଲେଞ୍ଜର ମୁକାବିଲା କରିବାକୁ ହେବ।

ନୂତନ ଭାରତ ଗଠନର ସଂକଳ୍ପ ନେଇ ଆମେ କାର୍ଯ୍ୟ କରୁଛୁ। ଦେଶର ୯୦କୋଟି ଲୋକଙ୍କ ମଧ୍ୟରୁ ସାଢ଼େ ୩କୋଟି ଲୋକଙ୍କ ଘରକୁ ପାଇପପାଣି ଯାଉଛି। ଜଳ ଉତ୍ସର ସ୍ଥିତି ଦୃଷ୍ଟିରୁ ଆମକୁ ଜଳର ସଂରକ୍ଷଣ, ଜଳ ଅମଳ ଓ ଜଳର ଯଥୋଚିତ ବ୍ୟବହାର କରିବାକୁ ପଡ଼ିବ। ସମ୍ବିଧାନ ଅନୁଯାୟୀ ଜଳଯୋଗାଣ ହେଉଛି ରାଜ୍ୟର ଦାୟିତ୍ୱ। କିନ୍ତୁ ଏବେ ନୂଆ ଢ଼ଙ୍ଗରେ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଯେଉଁ ରାଜ୍ୟ ଯେତେ ଶୀଘ୍ର ଜଳଯୋଗାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବ ସେହି ଅନୁସାରେ ଆମେ ସମ୍ପୃକ୍ତ ରାଜ୍ୟକୁ ସମ୍ବଳ ଯୋଗାଇ ଦେବୁ। ଯଦ୍ୱାରା ଶତ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଶ୍ରୀ ଶେଖାୱତ କହିଥିଲେ।