ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କର୍ମଶାଳା ଶିବିର

ଚନ୍ଦ୍ରପୁର,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ଚନ୍ଦ୍ରପୁର କ୍ଲଷ୍ଟରର ଏଫ୍‌ଏଲ୍‌ଏନ୍ ମଡେଲ ସ୍କୁଲ ବଣ୍ଡିପଙ୍ଗାରେ ଛାତ୍ରଛାତ୍ରୀଙ୍କ ମୌଳିକ ଶିକ୍ଷାର ମାନବୃଦ୍ଧି କରିବା ନିମନ୍ତେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗୁଣପୁରର ଅଧ୍ୟକ୍ଷ ମନୋଜ କୁମାର ଗମାଙ୍ଗୋଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ସିଙ୍ଗାନା ତାଡ଼ିଙ୍ଗି ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଉମାକାନ୍ତ ମିଶାଲ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବୃଦ୍ଧି ପାଇଁ ଏପରି କର୍ମଶାଳା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରାୟଗଡ଼ା ବିଷମକଟକର ଶିକ୍ଷକ ପ୍ରଶିକ୍ଷିକା ମଧୁମିତା ବଳଙ୍କ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ ଶିବିର ପରିଚାଳନା କରାଯାଉଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ୧୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିବାବେଳେ ଧନେଶ୍ୱର ବେହେରା ସମ୍ୱଳ ଶିକ୍ଷକ ଦାୟିତ୍ୱରେ ଥିଲେ । ଜାରପା କ୍ଲଷ୍ଟରର ସିଆରସିସି ହେମନ୍ତ କୁମାର ମଲ୍ଲିକ, କିରାମା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଞ୍ଜୟ କୁମାର ବେହେରା ଓ ଚନ୍ଦ୍ରପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।