ମହାକୁମ୍ଭ ୨୦୨୫ ପାଇଁ ୨୬୦୦ କୋଟି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାର ଆର୍ଥିକ ବର୍ଷ ୨୦୨୪-୨୫ ବଜେଟରେ ସଂସ୍କୃତିକୁ ସୁରକ୍ଷିତ ରଖିବା ସହ ତାକୁ ଆଗକୁ ବଢ଼ାଇବା ଉପରେ ଜୋର ଦେଇଛନ୍ତି । ଆଗାମୀ ବର୍ଷ ହେବାକୁ ଥିବା ମହାକୁମ୍ଭ ପାଇଁ ସରକାର ୨୬୦୦ କୋଟି ଟଙ୍କା ଆବଣ୍ଟନ ପ୍ରସ୍ତାବ ଦେଇଛନ୍ତି । ଅଯୋଦ୍ଧାର ବିକାଶ ପାଇଁ ମଧ୍ୟ ଉଲ୍ଲେଖନୀୟ ବଜେଟ ଉପସ୍ଥାପନ କରାଯାଇଛି ।

ମହାକୁମ୍ଭ ୨୦୨୫ ଆୟୋଜନରେ ନଗର ବିକାଶ ବିଭାଗକୁ ୨୫୦୦ କୋଟି ଏବଂ ସଂସ୍କୃତି ବିଭାଗକୁ ୧୦୦ କୋଟି ଟଙ୍କା ଆବଣ୍ଟନ କରିବାକୁ ପ୍ରସ୍ତାବ ଦିଆଯାଇଛି ।