ବର୍ଷାରାଣୀ ମୁଣ୍ଡା ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ନିର୍ବାଚିତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବାରକୋଟ ଜୋନ ୧ ବିଜେଡି ଜିଲ୍ଲା ପରିଷଦ ସଦସ୍ୟା ବର୍ଷାରାଣୀ ମୁଣ୍ଡା ନିର୍ଦନ୍ଦ୍ୱରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ଶ୍ରୀମତୀ ମୁଣ୍ଡା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜିଲ୍ଲା ବିଜେଡି ଉପସଭାପତି ଦେବେନ୍ଦ୍ର କୁମାର ବେହେରାଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେହିପରି ଆଗାମୀ ଦିନରେ ଜିଲ୍ଲାରେ ବିଜେଡିର ସଂଗଠନକୁ ଆହୁରି ମଜଭୁତ କରାଯିବା ସହ କୌଣସି କର୍ମୀ ମହଲରେ ଅସନ୍ତୋଷ ଥିଲେ ତାହାକୁ ସମାଧାନ କରାଯିବ ବୋଲି ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ପ୍ରକାଶ କରିଛନ୍ତି