ଅଜିତ ଡୋଭାଲଙ୍କୁ ଭେଟିଲେ ଚୀନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଚୀନ ବୈଦେଶିକ ମନ୍ତ୍ରୀ ବାଙ୍ଗ ୟୀ ଭାରତ ଗସ୍ତରେ ଅଛନ୍ତି । ବାଙ୍ଗ ୟୀ ଆଜି ସକାଳ ୧୦ଟାରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି । ଏହି ଅବସରରେ ଉଭୟ ଲଦାଖ ସମସ୍ୟା ଓ ୟୁକ୍ରେନ ବିବାଦ ସମ୍ବନ୍ଧରେ ଆଲୋଚନା କରିଥିଲେ । ୨ ନେତାଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ପରିବେଶରେ ଆଲୋଚନା ହୋଇଥିଲା । ଏଲଏସିକୁ ନେଇ ଜାରି ରହିଥିବା ସମସ୍ୟା ଯଥାଶୀଘ୍ର ସମାପ୍ତ କରିବାକୁ ଉଭୟ ନେତା ସ୍ଥିର କରିଥିଲେ । ଏଥିସହିତ ଦ୍ୱିପାକ୍ଷୀୟ ସମ୍ବନ୍ଧ ସ୍ୱାଭାବିକ ରୂପେ ଚାଲିବାକୁ ଦେବାକୁ ୨ ନେତା ସହମତ ହୋଇଥିଲେ । ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ନିଜ ଚୀନ ସମକକ୍ଷଙ୍କୁ ମଧ୍ୟ ଭେଟିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଏହି ବୈଠକରେ ଉଭୟ ଦେଶ ମଧ୍ୟରେ ସ୍ଥିତି ଭଲ ନଥିବା ସାମ୍ନାକୁ ଆସିଛି । ପରସ୍ପରକୁ ସହଯୋଗ କଲେ ଶାନ୍ତି ସ୍ଥାପିତ ହେବା ସହ ସମ୍ପର୍କରେ ସୁଧାର ଆସିବ । ଶାନ୍ତି ସ୍ଥାପନ ପାଇଁ କୂଟନୈତିକ ଓ ସୈନ୍ୟସ୍ତରରେ ସକାରାତ୍ମକ ଆଲୋଚନା ଜାରି ରଖିବାକୁ ପଡ଼ିବ ।