ତୈଳ ଦର ବୃଦ୍ଧି ପ୍ରତିବାଦରେ ସିପିଏମ୍ ଓ ସିପିଆଇ ପକ୍ଷରୁ ଗଣଧାରଣା

ବାରିପଦା,ଏନ୍ଏନ୍ଏସ୍: ବାରମ୍ବାର ତୈଳଦର ବୃଦ୍ଧି ପାଉଥିବାରୁ ସାରା ଦେଶରେ ଏହାକୁ ବିରୋଧ ପ୍ରଦର୍ଶନ କରାଯାଉଛି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଏନଡିଏ ସରକାର ଡିଜେଲ ଓ ପେଟ୍ରୋଲ ମୂଲ୍ୟ ବୃଦ୍ଧି ଘଟାଇ ଜନସାଧାରଣଙ୍କୁ ଲୁଣ୍ଠନ କରିବାରେ ଲାଗିଛନ୍ତି। ଏହି ସମୟରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡି ସରକାର ଧ୍ରୁତରାଷ୍ଟ୍ର ସାଜି କିଛି ନ ଜାଣିବାର ଅଭିନୟ କରୁଛି ବୋଲି ସିପିଏମର ଜିଲ୍ଲା ସମ୍ପାଦକ କମ୍ରେଡ ରବି ଗୋସ୍ୱାମୀ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଡିଜେଲ ଓ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ସିପିଏମ ଓ ସିପିଆଇ ପକ୍ଷରୁ ଆୟୋଜିତ ମିଳିତ ଗଣଧାରଣା ଓ ବିକ୍ଷୋଭ ସମାବେଶରେ କହିଥିଲେ ।

ସେହିପରି ଡିଜେଲ ଓ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ) ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମୟୂରଭଞ୍ଜ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ମିଳିତ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ସିପିଏମର ଜିଲ୍ଲା ସମ୍ପାଦକ କମ୍ରେଡ ରବି ଗୋସ୍ୱାମୀଙ୍କ ନେତୃତ୍ୱ ଓ ଜିଲ୍ଲା କମିଟି ସଦସ୍ୟ ଅମଲ ଦେ ପ୍ରମୁଖଙ୍କ ସମେତ ଜିଲ୍ଲା କମିଟି ସଦସ୍ୟ ଦାମୋଦର ମୁର୍ମୁ, ରଘୁନାଥ ପଣ୍ଡା, ଅକ୍ଷୟ ଖୁଣ୍ଟିଆ, ମନୋରନ ପରିଡ଼ା, ଅଶୋକ ଭଦେଓ, କ୍ଷିତିଶ ସାସମଲ ଏବଂ ସିପିଆର ରାଜ୍ୟ କମିଟିର ସହ ସମ୍ପାଦକ ପ୍ରଶାନ୍ତ ମିଶ୍ର, ମୟୂରଭଞ୍ଜ ଜିଲ୍ଲା କମିଟି ସମ୍ପାଦକ ଜଗବନ୍ଧୁ ମିଶ୍ର, ତ୍ରିନାଥ ପାତ୍ର, ବଳରାମ ମହାନ୍ତ, ବଳରାମ ମୁର୍ମୁ, ରଥ ସିଂ, ଚୈତନ୍ୟ ପୁର୍ତ୍ତି, ଶ୍ରୀକାନ୍ତ ସାମଲ, ସୁଦର୍ଶନ ରାଉଳ, ଜିଲ୍ଲା ଆବାହକ ପରମେଶ୍ୱର ମହାନ୍ତ ପ୍ରମୁଖ ଯୋଗଦେଇ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଥିଲେ। ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧିକୁ ରୋକାଯିବା ସଙ୍ଗେସଙ୍ଗେ ବର୍ଦ୍ଧିତ ମୂଲ୍ୟକୁ ଅବିଳମ୍ବେ ପ୍ରତ୍ୟାହାର କରାଯିବା ପାଇଁ ସିପିଏମ ପକ୍ଷରୁ ଦାବି କରାଯାଇଛି।

ଆଜିର ଏହି ବିକ୍ଷୋଭ ଓ ଗଣଧାରଣା କାର୍ଯ୍ୟକ୍ରମରେ ସିପିଏମର ଏସକେ ମହମ୍ମଦ ରିଜୁଆନ, ଏସକେ କାସେତ ରାୟ, କମଲ ମହାନ୍ତ, ଅନୀଲ ମହାନ୍ତ, ସତ୍ୟନାରାୟଣ ସେଠୀ, ବିରଞ୍ଚି ସିଂ, ଅଶୋକ ବେହେରା, ଜୀବନ ମହାକୁଡ଼, ଗଙ୍ଗାଧର ସାମଲ, ସୁବାସ ତ୍ରିପାଠୀ, ସନ୍ତୋଷ ଗିରି ଏବଂ ସିପିଆଇର ଚିତ୍ତରଞ୍ଜନ ବାରିକ, ବିକାଶ ପାତ୍ର, ନଳିନୀ କୁମାର ଦାସ, ଦୁର୍ଗା ମାର୍ଣ୍ଡି, ମମତାଜ ବୋଷ ପ୍ରମୁଖ ଶତାଧିକ ନେତା, କର୍ମକର୍ତ୍ତା ଓ ସମର୍ଥକ ଯୋଗ ଦେଇଥିଲେ।