ମୟୂରଭଞ୍ଜ ଜିଲ୍ଲାରେ ଆଜି ୭ କରୋନା ଆକ୍ରାନ୍ତ ଚିହ୍ନଟ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରେ ଆଜି ନୂଆ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦୮ରେ ପହଞ୍ଚିଛି। ଏମାନେ ସମସ୍ତେ ପ୍ରବାସୀ ଓ କ୍ୱାରେଣ୍ଟାଇନ କେନ୍ଦ୍ରର ଅନ୍ତେବାସୀ ଅଟନ୍ତି। ଏମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରୁ ୨ ଜଣ ଥିବାବେଳେ, ତେଲେଙ୍ଗାନାରୁ ୧, କର୍ଣ୍ଣାଟକ-୨, ତାମିଲନାଡ଼ୁ-୧ ଏବଂ ମହାରାଷ୍ଟ୍ର ଫେରନ୍ତା ଜଣେ ରହିଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଛି ବୋଲି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ମୟୂରଭଞ୍ଜ ଜିଲ୍ଲାରୁ ୬ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୪୬ରେ ପହଞ୍ଚିଥିବାବେଳେ ଆଜିର ୭ କରୋନା ପଜିଟିଭକୁ ମିଶାଇ ଜିଲ୍ଲାରେ ସକ୍ରିୟ ସଂଖ୍ୟା ୬୧ ରହିଛି ଏବଂ ଜଣକର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି।