ହୋମ ଆଇସୋଲେସନ୍ କରୋନା ପଜିଟିଭଙ୍କୁ ହସ୍ପିଟାଲ ସ୍ଥାନାନ୍ତର ଦାବିରେ ରାସ୍ତାରୋକ

ବାରିପଦା,ଏନ୍ଏନ୍ଏସ୍: ବାରିପଦା ସହର ଉପକଣ୍ଠ ଶାମାଖୁଣ୍ଟା ବ୍ଲକର ପୋଡ଼ାଅସ୍ତିଆ ଗ୍ରାମରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହେବାପରେ ହୋମ ଆଇସୋଲେସନରେ ରହି ବାହାରେ ବୁଲାବୁଲି କରୁଥିବା ଘଟଣାକୁ ନେଇ ଆଜି ଗ୍ରାମରେ ଉତ୍ତେଜନା ଦେଖା ଦେଇଛି। ଉକ୍ତ ବ୍ୟକ୍ତିଙ୍କୁ କୋଭିଡ଼ ହସ୍ପିଟାଲ ସ୍ଥାନାନ୍ତର ଦାବିରେ ଗ୍ରାମବାସୀ ବାରିପଦା – ଉଦଳା ୧୯ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି। ଖବରପାଇ ବାରିପଦା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟି ନ ଥିଲା।