ଆକ୍ରମଣ ସହ ଚେନ ଲୁଟ୍ ମାମଲାରେ ୩ ଗିରଫ

ବାରିପଦା,ଏନ୍ଏନ୍ଏସ୍: ମରଣାନ୍ତକ ଆକ୍ରମଣ ଓ ସୁନାଚେନ ଲୁଟ ଘଟଣାରେ ପୁଲିସ ଆଜି ୩ ଜଣଙ୍କୁ  ଗିରଫ କରିଛି। ପ୍ରକାଶ ଯେ, ବାରିପଦା ପୌରପରିଷଦର ୱାର୍ଡ ନମ୍ବର ୧୯ ରଘୁନାଥପୁର ଅଞ୍ଚଳର ଅରୁଣ କୁମାର ବାରିକଙ୍କୁ ବଡ଼ସାହି ଥାନା ରାଉତରାୟ ଗ୍ରାମର ରୂପେନ୍ଦ୍ର କୁମାର ଓରଫ ନାଥ ସିଂ(୪୯) ଆଜି ସକାଳେ ଫୋନରେ ଡ଼କାଇ ସହରର କଚେରୀ ମାର୍କେଟ ନିକଟରେ ମାଇନିଂ କଲୋନୀର ବିକାଶ ରଞ୍ଜନ ଓରଫ ରୋହିତ ପଲେଇ(୨୦), ଲିପୁନ ଓରଫ କୌଶିକ କୁମାର ସେଠୀ(୨୦) ପ୍ରମୁଖଙ୍କ ସହାୟତାରେ ମାରଣାନ୍ତକ ଆକ୍ରମଣ କରିଥିଲେ।

ଏହାପରେ ତାଙ୍କ ସୁନା ଚେନ ଛିଣ୍ଡାଇ ନେବାପରେ ତାଙ୍କର ମୋବାଇଲ ଓ ମନିପର୍ସ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ଅରୁଣ ବାଧା ଦେବାରୁ ସେମାନେ ପଳାଇ ଥିଲେ। ଯିବା ସମୟରେ ଅରୁଣକୁ ଜୀବନରୁ ମାରି ଦେବାର ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ଅରୁଣ ଅଭିଯୁକ୍ତମାନଙ୍କ ନାମରେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରାଯାଇଥିଲା। ପୁଲିସ ପକ୍ଷରୁ ତଦନ୍ତ କରାଯାଇ ରୂପେନ୍ଦ୍ର କୁମାର ଓରଫ ନାଥ ସିଂ, ବିକାଶ ରଞ୍ଜନ ଓରଫ ରୋହିତ ପଲେଇ ଓ ଲିପୁନ ଓରଫ କୌଶିକ କୁମାର ସେଠୀଙ୍କୁ ଗିରଫ କରାଯାଇଛି।