‘ଆତ୍ମନିର୍ଭର ଭାରତ ଅଭିଯାନ କରୋନା ପରବର୍ତ୍ତୀ ବିକାଶକୁ ତ୍ୱାରାନ୍ୱିତ କରିବ’

ଦେବଗଡ଼,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନୀର୍ଭର ଭାରତ ଅଭିଯାନ ଚାଷୀ, ଶ୍ରମିକ, ମଧ୍ୟବିତ ଓ ଉଦ୍ୟୋଗିଙ୍କୁ ସଶକ୍ତ କରିଛି।  ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଆତ୍ମନୀର୍ଭର ଭାରତ ଅଭିଯାନରେ କୋଇଲା ,ଖଣିଜ , ପ୍ରତିରକ୍ଷା ଅଭିଯାନ, ବେସାମରିକ ବିମାନ ଚଳାଚଳ, ଶକ୍ତି ଯୋଗାଣ, ପରମାଣୁ ଏବଂ ମହାକଶ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର ହେବାରେ ସହାୟକ ହୋଇଛି। ମୋଦୀ ସରକାରଙ୍କ ଏହି ଐତିହାସିକ ପଦକ୍ଷେପ କରୋନା ପରବର୍ତ୍ତୀ ଭାରତର ବିକାଶକୁ ତ୍ୱରାନ୍ନିତ କରିବା ସହ ସ୍ଥିର ତଥା ପ୍ରଗତିଶୀଳ ଦେଶ ଗଠନ କରିବାରେ ସହାୟକ ହେବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ଆତ୍ମନିର୍ଭର ଭାରତ ଅଭିଯାନରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଜୁନ ଶେଷ ସୁଦ୍ଧା ୬୪ହଜାର ୫ଶହ କୋଟି ପ୍ରଦାନ କରାଯିବା ଦେଶର ୮୦ କୋଟି ଲୋକ ଙ୍କ ପାଇଁ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମୟ ସୀମାକୁ ୫ ମାସ ବୃଦ୍ଧି କରାଯିବା। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସମ୍ପାଦକ ସତ୍ୟ ନାରାୟଣ ପାଣି, ମିଡିଆ ସେଲ ସଂଯୋଜକ ମୋତିଲାଲା ଶର୍ମା, ସୁଧିର କୁମାର ପାତ୍ର ଓ ନଗର ସଭାପତି ଦିବ୍ୟ ଶଙ୍କର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।