ବାରିପଦା ବୋହୂ ଜିତିଲେ ‘ମିସେସ୍ ଇଣ୍ଡିଆ’ ମୁକୁଟ

  • ବାରିପଦା: ମିସେସ୍ ଇଣ୍ଡିଆ ମୁକୁଟ ଜିତିଲେ ବାରିପଦା ବୋହୂ। ସେ ହେଉଛନ୍ତି ଅଭିପ୍ସା ଦାସ ଦେ। ଅଭିପସା ବାରିପଦାର ବୋହୂ। ତାଙ୍କ ଘର ଝାରସୁଗୁଡ଼ା ଜିଲ୍ଲାରେ। ଦିଲ୍ଲୀରେ ଆୟୋଜିତ ଟିସ୍କା ମିସ୍ ୟୁନିଭର୍ସରେ ସାଉଥ ଜୋନରୁ ସେ ଏହି ମୁକୁଟ ହାସଲ କରିଛନ୍ତି।
    ପୂର୍ବରୁ ସେ ଜଣେ ମେକଅପ୍ ଆର୍ଟିଷ୍ଟଭାବେ ବିଭିନ୍ନ କୋର୍ସ କରି ପରିଚିତ ଥିଲେ। ପରେ ସେ ଇଣ୍ଟରନେଟରୁ ମଡେଲିଂ ବିଷୟରେ ଜାଣିବାକୁ ପାଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେଥିପ୍ରତି ମନ ବଳାଇଥିଲେ। ଦିଲ୍ଲୀର ଏକ ହୋଟେଲରେ ଆୟୋଜିତ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ଭାଗ ନେଇଥିଲେ।
    ଦେଶ ଓ ବିଦେଶରୁ ଆସିଥିବା ୭୦ ଜଣ ପ୍ରତିଯୋଗୀଙ୍କୁ ସେ ପଛରେ ପକାଇ ଏହି ମୁକୁଟ ହାସଲ କରିଛନ୍ତି। ଆଗକୁ ଯୁବପିଢ଼ିଙ୍କୁ ଫ୍ୟାଶନ ଏବଂ ମଡେଲିଂ ବିଷୟରେ ଶିକ୍ଷା ଦେବା ସହ ସମାଜସେବା କରିବାର ଇଛା ରଖିଛନ୍ତି। ବିବାହିତ ହେବା ସହ ପାରିବାରିକ ଦାୟିତ୍ୱକୁ ସମ୍ଭାଳି ଅନେକ ପରିଶ୍ରମ କରି ଏହି ସଫଳତା ହାସଲ କରିଛନ୍ତି।
    ପ୍ରତିଯୋଗିତାରେ ସଫଳ ହେବା ନେଇ ସେ କହିଛନ୍ତି, ପ୍ରଥମେ ମୁଁ ସେତେଟା ଆତ୍ମବିଶ୍ୱାସୀ ନଥିଲି। ଧିରେ ମୁଁ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଅତିକ୍ରମ କରି ଯେତେବେଳେ ଫାଇନାଲରେ ପହଞ୍ଚିଲି, ମୋର ମନୋବଳ ବଢ଼ିଥିଲା। ଫାଇନାଲିଷ୍ଟ ହେବା ପରେ ମୁଁ ସାଧାରଣ ଜ୍ଞାନ ଉପରେ ଅଧିକ ଫୋକସ୍ କରିଥିଲି। ଏହାସହ ନ୍ୟୁଟ୍ରିସନ୍ ଓ ସ୍କିନ୍ ଉପରେ ବେଶି ଫୋକସ୍ କରିଥିଲି। ଯଦି ଇଚ୍ଛାଶକ୍ତି ଥିବ, ତା’ହେଲେ ନିଶ୍ଚୟ ଆଗକୁ ବଢ଼ିପାରିବ ବୋଲି ସେ ଯୁବପିଢ଼ିକୁ ପରାମର୍ଶ ଦେଇଛନ୍ତି।