ବାଲିଜୋରୀ ବୁଣାକାର ବଜାରକୁ ଶୁକ୍ରବାର କରାଯିବାକୁ ଦାବି

ବରଗଡ଼,ଏନ୍ଏନ୍ଏସ୍: ବାଲିଜୋରୀଠାରେ ବସୁଥିବା ବୁଣାକାର ବଜାର ସୋମବାର ପରିବର୍ତ୍ତେ ଶୁକ୍ରବାର କରିବାକୁ ଦାବି ହୋଇଛି। କରୋନା ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁଁ ବାଲିଜୋରୀ ବୁଣାକାର ବଜାରକୁ ଶୁକ୍ରବାର ପରିବର୍ତ୍ତେ ସୋମବାର ରଖାଯାଇଥିଲା। ତେବେ ସୋମବାର ଦିନ ଜିଲ୍ଲାର ଅତାବିରା, ଭଟଲି, ବରପାଲି ସମେତ ବଭିନ୍ନ ସ୍ଥାନରେ ବଜାର ବସୁଥିବାରୁ ବାଲିଜୋରୀକୁ ବେପାରୀମାନେ ଶାଢ଼ୀ କିଣିବାକୁ ଆସୁ ନାହାନ୍ତି। ତେଣୁ ବୁଣାକାରମାନେ ଶାଢ଼ୀ ବିକ୍ରୀ କରି ନ ପାରି ଅଭାବୀ ବିକ୍ରୀର ଶିକାର ହେଉଛନ୍ତି। ଏହାକୁ କେନ୍ଦ୍ର କରି ବାଲିଜୋରୀ ବଜାରକୁ ପୁଣି ଶୁକ୍ରବାର କରିବାକୁ ଜିଲ୍ଲା ଭୁଲିଆ ବୁଣାକାର ସଂଘ ତରଫରୁ ଜିିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।