ରାଜ୍ୟରେ ଆଉ ୭୯କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର : ରାଜ୍ୟ ପାଇଁ ଆଶ୍ୱସ୍ଥି। ଆଉ ୭୯କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳେ ୧୦ଟି ଜିଲ୍ଲାରୁ ୭୬ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଅିଆଯାଇଥିଲା।

ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟରେ ୭୯କରୋନା ରୋଗୀ ସୁସ୍ଥ ହୋଇଛନ୍ତି, ସେଥିମଧ୍ୟରୁ ସର୍ବାଧିକ ଭ୍ରଦ୍ରକ ଜିଲ୍ଲାରୁ ୨୮ଜଣ ସୁସ୍ଥ ହୋଇଛନ୍ତି। ତା’ପରେ ବାଲେଶ୍ୱରରୁ ୧୭ଜଣ, ଗଞ୍ଜାମ ୧୧, ଯାଜପୁର ୫, କଟକ ୪, କେନ୍ଦୁଝର ୩, ଖୋର୍ଦ୍ଧା ୨, ବଲାଙ୍ଗର ୨ ଓ ପୁରୀରୁ ୭ଜଣ ସୁସ୍ଥ ହୋଇଛନ୍ତି।

ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩ ଥିଲାବେଳେ ସେଥିମଧ୍ୟରୁ ୭ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ୮୧୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ ୭୭୪ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।