ଅମ୍ବାଭୋନା,ଏନ୍ଏନ୍ଏସ୍: ରାଜ୍ୟ ବିଜୁ ଜନତା ଦଳ ଯୁବ ବ୍ୟପାର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତ ରାୟ ଓ ସଭାପତି ଡ.ବ୍ୟୋମକେଶ ରାୟଙ୍କ ସୁପାରିଶକ୍ରମେ ଅମ୍ବାଭୋନା ବ୍ଲକର ମଣ୍ଟୁ ବଢେଇ ବରଗଡ଼ ଜିଲ୍ଲା ବିଜୁ ଯୁବ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ଏ ନେଇ ଅମ୍ବାଭୋନା ବ୍ଲକ୍ ବିଜେଡି ସଭାପତି ରଘୁନାଥ ପଟେଲ, ବ୍ଲକ୍ ଅଧ୍ୟକ୍ଷା ନୀଲକୁମାରୀ ନାୟକ , ଯୁବ ସଂଯୋଜକ ପରେଶ ମହାନନ୍ଦ , ଯୁବ ଛାତ୍ର ସଂଯୋଜକ ସୋନୁ ସାହୁ ତଥା ଅମ୍ବାଭୋନା ବ୍ଳକ ବିଜେଡି କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।