ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାରେ ପୁଣି ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଝାରସୁଗୁଡା ପୌରପରିଷଦ ଅଞ୍ଚଳରୁ ୫ ଜଣ, ଝାରସୁଗୁଡା ବ୍ଲକ ଅଞ୍ଚଳରୁ ଜଣେ, ଲଖନପୁର ବ୍ଲକ ଅଞ୍ଚଳରୁ ୩ ଜଣ, ଲଇକେରା ବ୍ଲକ ଅଞ୍ଚଳରୁ ୩ ଜଣ, କୋଲାବିରା ବ୍ଲକ ଅଞ୍ଚଳରୁ ଜଣେ ଓ ବ୍ଲକ ଅଞ୍ଚଳରୁ ୨ଜଣ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଗୃହ ସଙ୍ଗରୋଧରେ ଥିଲେ। ସେହିପରି ଝାରସୁଗୁଡାର ଆଉ ୩ ଜଣ ବ୍ୟକ୍ତି ବାହାର ଜିଲ୍ଲାର ହସ୍ପିଟାଲରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ବ୍ରଜରାଜନଗର ପୌରପରିଷଦ, ବେଲପାହାଡ ପୌରପରିଷଦରୁ ଜଣେ ହେଲେ ପଜିଟିଭ ଚିହ୍ନଟ ହୋଇ ନଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ପ୍ରକାଶଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୩ଶହ ୩୯କୁ ପହଞ୍ଚିଥିବା ବେଳେ ୭ ହଜାର ୧ଶହ ୯୫ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୯ ଜଣଙ୍କ ଚିକିତ୍ସା ଜାରିରହିଛି। ସେହିପରି ଜିଲ୍ଲାରେ ଏପର୍ଯ୍ୟନ୍ତ ୨୫ ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।