ଧନୁଯାତ୍ରା କଳାକାର ସଂଘ ତରଫରୁ ଏସପିଙ୍କୁ ସମ୍ବର୍ଦ୍ଧନା

ବରଗଡ଼,ଏନ୍ଏନ୍ଏସ୍: ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ତରଫରୁ କରୋନା ଯୋଦ୍ଧା ବରଗଡ଼ ଏସ୍ପି ପଦ୍ମିନୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବର୍ତ୍ତମାନ ସମୟରେ ଏସପି ପଦ୍ମିନୀ ସାହୁ ଜିଲ୍ଲାର ଲୋକଙ୍କ ସୁରକ୍ଷା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସଂଘ ତରଫରୁୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବରଗଡ଼ ମାରୁତି ମଣ୍ଡପଠାରେ ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହେବା ସହ ଦିବଙ୍ଗତ କଳାକାର ସ୍ୱର୍ଗତ ସନ୍ତୋଷ ମହାପାତ୍ର ଏବଂ କାର୍ତ୍ତିକ ବୁଡେକଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ସଂଘର ସଭାପତି ଦୟାନିଧି ପ୍ରଧାନ, ଉପ ସଭାପତି ଭୁବନେଶ୍ୱର ପଧାନ, ସମ୍ପାଦକ ଜଗଦାନନ୍ଦ ମିଶ୍ର, ସହ ସମ୍ପାଦକ ସୁଶୀଲ କୁମାର ମେହେର, କଳାକାହ୍ନୁ ଚୌହାନ, ଝସକେତନ ପ୍ରଧାନ, ପ୍ରଫୁଲ୍ଲା ମେହେର, ମନୋରଞ୍ଜନ ଚିରଗୁଣ, ଭାଗ୍ୟଧର ବେହେରା, କାଳିଆ ଗଡତିଆ, ଚିନ୍ତାମଣୀ କୁମ୍ଭାର ପ୍ରମୁଖ ସାମିଲ ହୋଇଥିଲେ ।