ଅମିତ ଶାହଙ୍କ ଆଶୁ ଆରୋଗ୍ୟ କାମନା ନେଇ ବିଜେପି ତରଫରୁ ପୂଜାର୍ଚ୍ଚନା

ବରଗଡ଼,ଏନ୍ଏନ୍ଏସ୍: କେନ୍ଦ୍ରମନ୍ତ୍ରୀ ଅମିତ ଶାହ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେପି ତରଫରୁ ମା’ ସମଲେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଛି। ଏଥିରେ ନଗର ବିଜେପି ସଭାପତି ସୁବ୍ରତ ହୋତା, ଜିଲ୍ଲା ଉପସଭାପତି ଅଶୋକ ପଣ୍ଡା, ବିଜୟ ଦାଶ, ସୀମା ସିଂ, ସୁରଭି ପୋଢ଼ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।