ଜିଲ୍ଲାରେ ଆଜି ୩୩ କରୋନା ପଜିଟିଭ ଚିହ୍ନଟ: ୪୬୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼,ଏନ୍ଏନ୍ଏସ୍: ସୋମବାର ବରଗଡ଼ ଜିଲ୍ଲାରେ ୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୪ ରେ ପହଞ୍ଚିଛି। ଆଜି ବରଗଡ଼ ପୌରାଞ୍ଚଳ କୁଲିପଡାରୁ ୬ ଜଣ, ନଦୀପଡ଼ାରୁ ୧୧ ଜଣ, ଭୁରଷୁନ ବନ୍ଧ ପଡ଼ାରୁ ୪ ଜଣ, ମାରୱାଡି ପଡାରୁ ଜଣେ, ବାନ୍ଦୁଟିକ୍ରାରୁ ଜଣେ, ପଞ୍ଚାୟତ କଲେଜ ରୋଡରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡ଼ କଟାପାଲି ଗ୍ରାମରୁ ଜଣେ, ଖୁଣ୍ଟପାଲି ବ୍ରାହ୍ମଣପଡାରୁ ୫ ଜଣ, ବରପାଲି ବ୍ଲକ ପାଟକୁଲୁଣ୍ଡା ଗ୍ରାମରୁ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।