Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବ୍ୟବସାୟୀଙ୍କ ଠାରୁ ମହାସମୁନ୍ଦ ପୁଲିସ ଜବତ କଲା ଏକ କୋଟି ୧୨ ଲକ୍ଷ ୯୯ହଜାର ଟଙ୍କା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବ୍ୟବସାୟୀଙ୍କ ଠାରୁ ମହାସମୁନ୍ଦ ପୁଲିସ ଜବତ କଲା ଏକ କୋଟି ୧୨ ଲକ୍ଷ ୯୯ହଜାର ଟଙ୍କା

ବରଗଡ,ଏନ୍ଏନ୍ଏସ୍ : ଆଜି ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଛତିଶଗଡ଼ ରାଜ୍ୟ ମହସମୁନ୍ଦ ପୋଲିସ ବରଗଡ଼ର ଜଣେ ପ୍ରତିଷ୍ଠିତ ଗହଣା ବ୍ୟବସାୟୀଙ୍କ ପୁଅଙ୍କ ଠାରୁ କୋଟିଏରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ଜବତ କରିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଜି ସେଠାକାର ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ମହସମୁନ୍ଦର ଆରକ୍ଷୀ ଅଧିକ୍ଷକ ପ୍ରଫୁଲ୍ଲ ଠାକୁର କହିଛନ୍ତି ଯେ କୋଟିଏରୁ ଉର୍ଦ୍ଧ୍ୱ ବେନାମୀ ଟଙ୍କା ଜବତ କରିବାରେ ତାଙ୍କ ପୋଲିସ ବିଭାଗ ସଫଳ ହୋଇଛି।

ଏହି ଲକଡାଉନ୍ ସମୟରେ ବରଗଡ଼ର ଜଣେ ବ୍ୟବସାୟୀ ପ୍ରତୀକ ଛପଡିଆ ଓ ସୁରେନ୍ଦ୍ର ସୁନା ଏକ କାର ଯୋଗେ ରାୟପୁର ଆଡ଼କୁ ଅଗ୍ରସର ହେଉଥିବା ବେଳେ ସିଂଘୋଡା ପୋଲିସ ରେହେଟିଖୋଲ୍ ତନଖି ପଏଣ୍ଟ ପାଖରେ ଯାଞ୍ଚ ସମୟରେ କାର ଡିକିରେ ଏକ ନିର୍ମାଣ କରାଯାଇଥିବା ଚେମ୍ବରରୁ ନଗଦ ଏକ କୋଟି ୧୨ ଲକ୍ଷ ୯୯ ହଜାର ଟଙ୍କା ଜବତ କରି ଆରକ୍ଷୀ ଅଧିକ୍ଷକଙ୍କୁ ଘଟଣା ସମର୍କରେ ସୂଚନା ଦେଇଥିଲେ।

ପ୍ରାଥମିକ ତଦନ୍ତରୁ ଏହା କରୋନା ସମୟର ହବାଲା ଟଙ୍କା ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ଠାକୁର ସାମ୍ବାଦିକମାନଙ୍କୁ ସୂଚନା ଦେବା ସହ ଏହି ତଦନ୍ତ ଆୟକର ବିଭାଗକୁ ହସ୍ତାନ୍ତର କରିଥିବାର ଓ ଉଭୟ ଛାପଡିଆ ଓ ସୁନାକୁ ପୋଲିସ ହିରାସତରେ ରଖିଥିବା ଓ କାର ଓ ଟଙ୍କାକୁ ଜବତ କରିଥିବ ସୁଚନା ଦିଆଯାଇଛି। ଅନ୍ୟ ପକ୍ଷରେ ବିଭାଗୀୟ ନିର୍ଦ୍ଧେଶନାମା ପରେ ବରଗଡ଼ ଆୟକର ବିଭାଗର ଅଧିକାରୀମାନେ ଶ୍ରୀ ଛପଡ଼ିଆଙ୍କ ହରି ଅଳଙ୍କାର ଦୋକାନରେ ଚଢାଉ କରିଥିବାର ଜଣାଯାଏ । ହେଲେ ତଦନ୍ତରେ ବ୍ୟାଘାତ ଆଶଙ୍କାରେ ଆୟକର ବିଭାଗର କୌଣସି ଅଧିକାରୀ ଚଢାଉ ଓ ଘଟଣା ସମ୍ପରକରେ ମୁହଁ ଖୋଲି ନାହାନ୍ତି।