ବରଗଡ଼ ଜିଲ୍ଲା ଓକିଲ ସଂଘ

ବରଗଡ଼ : ସମ୍ପ୍ରତି କରୋନା ସଂକ୍ରମଣ ଓ ଏହାର ଭୟାବହତା ଯୋଗୁଁ ସାରା ଦେଶ ରେ ଲକଡାଉନ ଘୋଷଣା କରାଯାଇଛି ଏହା ଦ୍ୱାରା କୋର୍ଟ କାର୍ଯ୍ୟ ଗୁଡିକ ମଧ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ପ୍ରତିବର୍ଷ ମାର୍ଚ୍ଚ ମାସରେ ବରଗଡ଼ ଜିଲ୍ଲା ଓକିଲ ସଂଘର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥାଏ ମାତ୍ର କୋଭିଡ ୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ବାର୍ କାଉନସିଲ ଏହି ନିର୍ବାଚନ କୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେବାସହ ସଂଘ ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ନ ହେବା ପାଇଁ ତଥା ଅନ୍ୟ ଜରୁରୀ କାଳୀନ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ଏକ ଅନ୍ତରୀଣ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଓଡିଶା ରାଜ୍ୟ ବାର୍ କାଉନସିଲର ନିର୍ଦ୍ଦେଶ କ୍ରମେ ବରଗଡ଼ ଜିଲ୍ଲା ଓକିଲ ସଂଘର ଏକ ପାଞ୍ଚ ଜଣିଆ ଅନ୍ତରୀଣ କମିଟି ଗଠନ କରାଯାଇଛି । ଏଥିରେ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ଦାଶଙ୍କୁ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିବା ବେଳେ ଅନ୍ୟମାନଙ୍କ ଭିତରେ ବରିଷ୍ଠ ଆଇନଜୀବୀ ବିମଲ କିଶୋର ଦେବତା,ନିପନ କୁମାର ଦାଶ, ଦ୍ୟୁତିଶ କୁମାର ଆଚାର୍ଯ୍ୟ ଓ ଲିପିସିତ କୁମାର ମିଶ୍ରଙ୍କୁ ପରିଚାଳନା ସଭ୍ୟ ଭାବେ ମନୋନୀତ କରାଯାଇଛି । ଏହି ଅନ୍ତରୀଣ କମିଟି ବରଗଡ଼ ଜିଲ୍ଲା ଓକିଲ ସଂଘ ପରବର୍ତୀ ନିର୍ବାଚନ ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ବାରର ନିର୍ବାଚନ ଅଧିକାରୀ ଶଙ୍କର୍ଷଣ ମିଶ୍ରଙ୍କ ପକ୍ଷରୁ ସୂଚନା ମିଳିଛି।