ଭୁଶୁଡି ପଡିଲା ବୁଢାବଳଙ୍ଗ ନଦୀ ସେତୁର ସେଂଟରିଂ

ବାଲେଶ୍ୱର,ଏନ୍ଏନ୍ଏସ୍ : ବାଲେଶ୍ୱର ଜିଲ୍ଲା ଫୁଲାଡ଼ି ଛକରୁ ବାଲେଶ୍ୱର ସହରକୁ ଆସିବାପାଇଁ ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣ ସେତୁର ସେଂଟରିଂ ଆଜି ଭୁଶୁଡିପଡିଛି । ଆଜି ଅପରାହ୍ନ ୫ଟା ସମୟରେ ଏହି ପିଲର ଭୁଶୁଡି ପଡିଥିବାବେଳେ କାରଣ କ’ଣ ତାହା ଜଣାପଡି ନାହିଁ ।

ସୂଚନା ଅନୁଯାୟୀ, ସପ୍ତାହେ ପୂର୍ବରୁ ଏହାର ନିକଟରେ ବ୍ରିଟିସ ସରକାରଙ୍କ ଅମଳରୁ ବ୍ୟବହାର ହେଉଥିବା ପୁରାତନ ସେତୁ ବିପଦସଙ୍କୁଳ ଅବସ୍ଥାକୁ ଆସିଯାଇଥିବାରୁ ଯାତାୟାତ ବନ୍ଦ କରାଯାଇଥିଲା । ବାଲେଶ୍ୱର ସହରକୁ ଆସିବା ପାଇଁ ସମଗ୍ର ଉତ୍ତର ବାଲେଶ୍ୱରବାସୀଙ୍କ ସମେତ କୋଲକାତା ଓ ମୟୂରଭଂଜରୁ ଆସୁଥିବା ଲୋକଙ୍କ ପାଇଁ ଏହି ରାସ୍ତା ଏକ ପ୍ରମୁଖ ରାସ୍ତା ଭାବେ ବ୍ୟବହାର କରାଯାଇଥାଏ। ତେବେ ପୁରୁଣା ସେତୁର ବିକଳ୍ପ ଭାବେ ସେଠାରେ ୨୦୧୫ ମସିହାରେ ଆଉ ଏକ ନୂତନ ସେତୁ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା।