Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୨୨ରେ ବ୍ୟାଙ୍କ କର୍ମଚାରୀଙ୍କ ବିକ୍ଷୋଭ! – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୨୨ରେ ବ୍ୟାଙ୍କ କର୍ମଚାରୀଙ୍କ ବିକ୍ଷୋଭ!

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରାୟତ୍ତ ୧୦ଟି ବ୍ୟାଙ୍କର ସମ୍ମିଶ୍ରଣକୁ ବିରୋଧ କରି ଅକ୍ଟୋବର ୨୨ରେ ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଙ୍ଘ (ଏଆଇବିଇଏ) ଏବଂ ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଙ୍ଘ (ବିଇଏଫ୍ଆଇ) ପକ୍ଷରୁ ବିକ୍ଷୋଭ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କ କାର୍ଯ୍ୟରେ ବ୍ୟାହତ ସୃଷ୍ଟି ହେବା ସହିତ ବ୍ୟାଙ୍କ ବନ୍ଦ ରହିପାରେ ବୋଲି ବ୍ୟାଙ୍କ ଅଫ୍ ବରୋଦା (ବିଓବି) ତରଫରୁ ବିବୃତିରେ ଉଲ୍ଲେଖ କରାଯାଇଛି। ବିକ୍ଷୋଭ ଦିନ ବ୍ୟାଙ୍କ ଅଫ୍ ବରୋଦା ଏହାର ସମସ୍ତ ଶାଖାରେ ବ୍ୟାଙ୍କିଙ୍ଗ୍ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ଲାଗି ଅବଶ୍ୟକୀୟ ପଦକ୍ଷେପ ନେବା ବୋଲି ବ୍ୟାଙ୍କ ତରଫରୁ ବିବୃତିରେ କୁହାଯାଇଛି।

ଅଗଷ୍ଟ ୩୦ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୦ଟି ବ୍ୟାଙ୍କକୁ ପରସ୍ପର ସହିତ ମିଶ୍ରଣ କରି ୪ଟି ବ୍ୟାଙ୍କ କରିବା ସମ୍ବନ୍ଧରେ ଘୋଷଣା କରିଥିଲେ। ତେବେ ଅର୍ଥମନ୍ତ୍ରୀଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରି ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ୍ କନଫେଡେରେସନ୍(ଏଆଇବିଓସି), ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ୍ ଆସୋସିଏସନ୍ (ଏଆଇବିଓଏ), ଇଣ୍ଡିଆନ୍ ନ୍ୟାସ୍ନାଲ୍ ବ୍ୟାଙ୍କ ଅଫିସର୍ସ୍ କଂଗ୍ରେସ୍ (ଆଇଏନ୍ବିଓସି) ଏବଂ ନ୍ୟାସ୍ନାଲ୍ ଅର୍ଗାନାଇଜେସନ୍ ଅଫ୍ ବ୍ୟାଙ୍କ ଅଫିସର୍ସ୍ (ଏନ୍ଓବିଓ) ଆଦି ପ୍ରମୁଖ ୪ଟି ବ୍ୟାଙ୍କ ସଙ୍ଘ ଦୁଇଦିନିଆ (ସେପ୍ଟେମ୍ବର ୨୬ ଓ ୨୭) ବିକ୍ଷୋଭ ଡାକରା ଦେଇଥିଲେ। ମାତ୍ର ବିତ୍ତ ସଚିବ ରାଜୀବ କୁମାରଙ୍କ ପ୍ରତିଶ୍ରୁତି ପରେ ସେମାନେ ଏହି ବିକ୍ଷୋଭକୁ ବାତିଲ କରିଦେଇଥିଲେ।