କ୍ରମାଗତ ୪ ଦିନ ବନ୍ଦ ରହିବ ବ୍ୟାଙ୍କ !

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ରାଜ୍ୟରେ ଶନିବାର ଠାରୁ କ୍ରମାଗତ ୪ଦିନ ବ୍ୟାଙ୍କ ବନ୍ଦ ରହିବ। ଏହାଦ୍ୱାରା ବ୍ୟାଙ୍କିଙ୍ଗ୍ ସମ୍ବନ୍ଧିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପ୍ରଭାବିତ ହେବା ସହିତ ନଗଦ ଟଙ୍କାକୁ ନେଇ ଅନେକ ସମସ୍ୟା ପରିଲକ୍ଷିତ ହୋଇପାରେ। ଅକ୍ଟୋବର ୨୬ ଓ ୨୬ ଯଥାକ୍ରମେ ମାସର ଚତୁର୍ଥ ଶନିବାର ଓ ଦୀପାବଳି ପଡ଼ୁଥିବାରୁ ଦେଶବ୍ୟାପୀ ସମସ୍ତ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ଏହାବ୍ୟତୀତ ଅକ୍ଟୋବର ୨୮ ଓ ୨୯ ଯଥାକ୍ରମେ ଗୋବର୍ଦ୍ଧନ ପୂଜା ଏବଂ ଭାଇଦୁଜ୍ ପଡ଼ୁଥିବାରୁ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ଗରତାଲା, ଅହମ୍ମଦାବାଦ, ବେଲାପୁର, ଡେରାଡୁନ୍, ଇମ୍ଫାଲ୍, ଜୟପୁର, କାନପୁର, ଲକ୍ଷେ୍ନା, ମୁମ୍ବାଇ ଏବଂ ନାଗପୁରରେ ଗୋବର୍ଦ୍ଧନ ପୂଜା ପାଳନ କରାଯାଉଥିବାରୁ ଏହି ସ୍ଥାନଗୁଡ଼ିକରେ ଥିବା ବ୍ୟାଙ୍କଗୁଡ଼ିକ ସୋମବାର ଅର୍ଥାତ ଅକ୍ଟୋବର ୨୮ ତାରିଖରେ ବନ୍ଦ ରହିବ।

ଅପରପକ୍ଷେ ୨୯ ତାରିଖରେ ବେଙ୍ଗାଲୁରୁ, ଗ୍ୟାଙ୍ଗଟକ୍, କାନପୁର ଏବଂ ଲକ୍ଷୋ୍ନରେ ଭାଇଦୁଜ୍ ପାଳନ ହେଉଥିବାରୁ ଏଠାରେ ଥିବା ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଏହା ପୂର୍ବରୁ ଅକ୍ଟୋବର ୨୨ରେ ବ୍ୟାଙ୍କ ୟୁନିୟନ୍ ତରଫରୁ ୧୦ଟି ବ୍ୟାଙ୍କର ମିଶ୍ରଣକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାବେଳେ ସେହିଦିନ ମଧ୍ୟ ବ୍ୟାଙ୍କିଙ୍ଗ୍ ସମ୍ବନ୍ଧିତ ଅନେକ କାର୍ଯ୍ୟ ପ୍ରଭାବିତ ହୋଇଥିଲା।