Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଓଡିଶା ରାଜନୀତିରେ ରାମ, ରାବଣ ଓ ହନୁମାନ ଚରିତ୍ରକୁ ନେଇ ଜୋରଦାର ଚର୍ଚ୍ଚା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଓଡିଶା ରାଜନୀତିରେ ରାମ, ରାବଣ ଓ ହନୁମାନ ଚରିତ୍ରକୁ ନେଇ ଜୋରଦାର ଚର୍ଚ୍ଚା

ଗୋଟିଏ ପଟେ ପବିତ୍ର ଦଶହରା ଅବସରରେ ରାମ ଯୁଦ୍ଧ ଓ ରାବଣ ପୋଡ଼ି ହେବାକୁ ଥିବା ବେଳେ ଅପରପଟେ   ଓଡ଼ିଶା ରାଜନୀତିରେ ରାମ ରାବଣକୁ ନେଇ ଚର୍ଚ୍ଚା ଜୋର ଧରିଛି l  ଓଡ଼ିଶା ରାଜନୀତିରେ ୨-୩ ଜଣ ରାବଣ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଧା ରାବଣ । କିନ୍ତୁ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ସୁନ୍ଦର ରାମ ଚରିତ୍ର ବୋଲି ଗଣମାଧ୍ୟମ ସମ୍ମୁଖରେ ବିଧାୟକ ସୁର ରାଉତରାୟ କହିଛନ୍ତି। ସୁରଙ୍କ ରାମରାବଣ ଉପାଖ୍ୟାନ ଏବେ ରାଜ୍ୟ ରାଜନୀତିକୁ  ଚର୍ଚ୍ଚାର ଖୋରାକ ଯୋଗାଇଛି।

ସୁର ଆହୁରି କହିଛନ୍ତି ଯେ, ଓଡ଼ିଶା ରାଜନୀତିରେ ସବୁ ଦଳରେ ରାବଣ ଅଛନ୍ତି, ଆମ ଦଳରେ ବି ଅଛନ୍ତି। ବିଜେଡିରେ ତ ଗୋଟିଏ ରାବଣ, ସିଏ କର୍ମଚାରୀଙ୍କୁ ଧରି ଶାସନ କରୁଛନ୍ତି। ନବୀନ ରାମ ଥିଲେ, ମଝିରେ ରାବଣ ହେଲେ।  ପରେ ରାମ ଆଉ ଏବେ ଅଧା ରାବଣ। ସେପରି ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ରାମ ଥିଲେ, ରାବଣ ହେଲେ,  ପୁଣି ଏବେ ଅଧାଳିଆ ରାବଣ ଅଛନ୍ତି।

ନିଜ ଦଳର ନେତା ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟଙ୍କୁ କିନ୍ତୁ ପ୍ରଶଂସାରେ ପୋତି ପକାଇଲେ ସୁର। କହିଲେ, ସେ ସୁନ୍ଦର ରାମ ଚରିତ୍ର; ଭଦ୍ର ଏବଂ ସରଳ ଲୋକ। ସେ ହେଉଛନ୍ତି ଜ୍ଞାନର ଭଣ୍ଡାର, ଧନର ଭଣ୍ଡାର। ସେ ମଦ ଛୁଅନ୍ତିନି କି ନାରୀଙ୍କୁ ଅନାନ୍ତିନି।

ଏହାର ଜବାବରେ ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ଯେନବୀନ, ଧର୍ମେନ୍ଦ୍ର, ନିରଞ୍ଜନ ତିନି ଜଣ ହେଉଛନ୍ତି ରାମ ଚରିତ୍ରର । ସବୁ ଦଳ ଭଳି ବିଜେଡିରେ ବି ରାବଣ ଅଛନ୍ତି। ସେ ରାବଣ କିଏ ମୁଁ ନାଁ କହିବିନି, ଗଣମାଧ୍ୟମ ନିଜେ ବାଛୁ। ନବୀନ ରାମ ହେଲେ, ମୁଁ ହନୁମାନ ଦାୟିତ୍ୱ ତୁଲାଉଛି। ପୂର୍ବରୁ ଜାନକୀ ଓ ବିଜୁଙ୍କ ପାଖରେ ମୁଁ ହନୁମାନ ଦାୟିତ୍ୱ ତୁଲାଇଥିଲି ବୋଲି କହିଥିଲେ ପାଟ୍ଟଶାଣୀ ।