ଅଣ୍ଡରୱାର୍ଲଡ ଲିଙ୍କ ଥିବା ଗ୍ୟାଙ୍ଗଷ୍ଟାର ଅଜୟ ଗୁଜ୍ଜର ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ ଗ୍ୟାଙ୍ଗଷ୍ଟାର ଅଜୟ ଗୁଜ୍ଜର ଓ ଭାଇ ଜୀକୁ ଗିରଫ କରି ବଡ଼ ସଫଳତା ହାସଲ କରିଛି। ପୁଲିସ ମୁତାବକ, ଅଜୟ ଗୁଜ୍ଜରର ଅଣ୍ଡରୱାର୍ଲଡ ସହ ଲିଙ୍କ ରହିଛି। ଅଜୟ ଅଣ୍ଡରୱାର୍ଲଡ ଗ୍ୟାଙ୍ଗଷ୍ଟାର ହାଫିଜ ବଲୁଚ, ଇକବାଲ ଇବ୍ରାହିମ କାସକର, ସୁଭାଷ ଠାକୁର ଓ ଆରିଫ ଜାନ ସହ ଲଗାତାର ସମ୍ପର୍କରେ ଥିଲା। ଗତ ପ୍ରାୟ ୧୧ ବର୍ଷ ହେବ ଅଜୟ ସେମାନଙ୍କ ପାଇଁ କାମ କରୁଛି। ଅଜୟ ନାଁରେ ଡର୍ଜନରୁ ଅଧିକ ହତ୍ୟା, ହତ୍ୟା ଚେଷ୍ଟା, ଟଙ୍କା ଆଦାୟ, ମାରପିଟ ଓ ଦଙ୍ଗା ଆଦି ମାମଲା ରହିଛି। ଦିଲ୍ଲୀ ସମେତ ହରିୟାଣା, ୟୁପି, ରାଜସ୍ଥାନ ଓ ମୁମ୍ବାଇ ପୁଲିସ ମଧ୍ୟ ଅଜୟକୁ ଖୋଜୁଥିଲା।