ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବ୍ୟାଣ୍ଡପାର୍ଟି ଗାଡ଼ି, ୨୦ ଜଣ ଗୁରୁତର

କଳାହାଣ୍ଡି,ଏଜେନ୍ସି: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ବ୍ୟାଣ୍ଡପାର୍ଟି ଗାଡ଼ି। ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ପ୍ରଥମେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଭବାନୀପାଟଣା ମୁଖ୍ୟ ଚିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ବ୍ୟାଣ୍ଡପାର୍ଟି ଗାଡ଼ିଟି ଲୋକମାନଙ୍କୁ ନେଇ ସୁପାଡ ଗାଁରୁ ଭାଲିଆଯୋରକୁ ବିବାହ ପାଇଁ ଯାଇଥିଲା। ଗତକାଲି ସନ୍ଧ୍ୟାରେ ବିବାହ କାର୍ୟ୍ୟରେ ଯୋଗଦେଇ ଫେରିଲା ବେଳେ ଲଡୁଗାଁଠାରେ ଗାଡିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ପରେ ସେଠାରୁ ସ୍ଥାନୀୟ ଲୋକମାନେ ଆହତଙ୍କୁ ଉଦ୍ଧାର କରି କୋକସରା ମେଡ଼ିକାଲକୁ ପଠାଇଥିଲେ। ମାତ୍ର ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।