ସୁନ୍ଦରଗଡ଼,ଏନ୍ଏନ୍ଏସ୍: ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ପିଏସଓ ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଲହୁଣୀପଡା ଥାନାର କୁର୍ଡା ଗ୍ରାମରେ ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡ଼ିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମୃତକ ପିଏସଓ ହେଲେ ଡମ୍ବରୁ ଧର ସାହୁ। ତେବେ ପିଏସଓଙ୍କ ମୃତ୍ୟୁକୁ ନେଇ ବଣାଇ ଆଇଆଇସି ସ୍ପଷ୍ଟ କରିବା ସହ ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି।